ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ କୁଷ୍ଠ ରୋଗୀଙ୍କ ସଂଖ୍ୟାକୁ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ସ୍ଵାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ ୨୦୧୯-୨୦ ବର୍ଷରେ ସମୁଦାୟ କୁଷ୍ଠ ରୋଗୀଙ୍କ ସଂଖ୍ୟା ୧୦ ହଜାର ୦୭୭ ରହିଥିବାବେଳେ, ୨୦୨୦-୨୧ ବର୍ଷରେ ଏହି ସଂଖ୍ୟା ୬ ହଜାର ୧୪୮ ରହିଛି, ଯାହାକି ଗତ ବର୍ଷ ତୁଳାନାରେ ୩୯ ପ୍ରତିଶତ ହ୍ରାସ ପାଇଥିବା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଦର୍ଶାଯାଇଛି।

ରିପୋର୍ଟ ଅନୁସାରେ ୨୦୧୯-୨୦ ବର୍ଷରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୯୮୩ କୁଷ୍ଠ ରୋଗୀ ଚିହ୍ନଟ ହୋଇଥିଲେ। କିନ୍ତୁ ୨୦୨୦-୨୧ ବର୍ଷରେ ଉକ୍ତ ଜିଲ୍ଲାର କୁଷ୍ଠ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୪୭୪ରେ ପହଞ୍ଚିଛି। ସେହିପରି ସର୍ବନିମ୍ନ ୩୨ଜଣ କୁଷ୍ଠ ରୋଗୀ ଫୁଲବାଣୀ ଜିଲ୍ଲାରୁ ଚିହ୍ନଟ ହୋଇଥିବାବେଳେ, ବର୍ତ୍ତମାନର ରିପୋର୍ଟ ଅନୁସାରେ ଉକ୍ତ ଜିଲ୍ଲାରେ ୨୦ ଜଣ କୁଷ୍ଠ ରୋଗୀ ରହିଛନ୍ତି।

ଜାଣନ୍ତୁ ରାଜ୍ୟର କେଉଁ ଜିଲ୍ଲାରେ କେତେ କୁଷ୍ଠ ରୋଗୀ

Comment