ଓଡ଼ିଶାଲାଇଭ୍ ବ୍ୟୁରୋ

(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କିଡନୀ ରୋଗୀଙ୍କ ଡାୟାଲିସିସ୍ ପାଇଁ ସରକାର ବ୍ୟାପକ ବ୍ୟବସ୍ଥା କରିଛନ୍ତି। ହେଲେ ଡାକ୍ତର ନ ଥିବାରୁ ରୋଗୀ ଏହି ଚିକିତ୍ସା ପାଇବାରୁ ବଞ୍ଚିତ ହେଉଛନ୍ତି।

ନବରଙ୍ଗପୁରର ଶୈଳବ।ଳା ନନ୍ଦ, ମକରଧ୍ୱଜ ପାତ୍ର , ଉମରକୋଟର ସଂଜୀବ ସିଉଳି, ପ୍ରଫୁଲ୍ଲ କୁମାର ବିଶ୍ୱାସ, ପ୍ରଶାନ୍ତ ହାଲଦ।ର ପ୍ରମୁଖ ଡାୟାଲିସିସ ପାଇଁ ଆସିଥିଲେ। କିନ୍ତୁ ଡାକ୍ତର ନଥିବାରୁ କୌଣସି ଚିକିତ୍ସା ମିଳିନଥିଲା। ଏନେଇ ଡାକ୍ତରଖାନା ପରିସରରେ କିଛି ସମୟ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଥିଲା। ଡାକ୍ତର ନଥିବାରୁ ଏହି ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇପାରୁ ନାହିଁ ବୋଲି  ଖଣ୍ଡେ କାଗଜରେ ଲେଖି କାନ୍ଥରେ ଲଗାଇଦେଇ ସ୍ୱାସ୍ଥ୍ୟ ବିଭାଗ ତାର ଦାୟିତ୍ଵରୁ ଓହରି ଯାଇଛି।

ଡାୟାଲିସିସ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ଚଣ୍ଡୀଗଡ଼ର ରାଇକେର ଲିମିଟେଡ ପିପିପି ମୋଡ଼ରେ ଡାକ୍ତର ନିଯୁକ୍ତି କରିବ ବୋଲି ସରକାରଙ୍କ ସହ ଚୁକ୍ତି କରିଥିଲେ। ତେବେ ଏହି ୟୁନିଟ କାର୍ଯ୍ୟକ୍ଷମ ହେବାର  ୩ ମାସ ମଧ୍ୟରେ ମାତ୍ର ଗୋଟିଏ ମାସ ଡାକ୍ତର ନିଯୁକ୍ତି କରିଥିଲେ। ସେ ଚାଲିଯିବା ପରେ ଆଉ ଡାକ୍ତର ନିଯୁକ୍ତି ହୋଇନାହାନ୍ତି। ଫଳରେ ରୋଗୀ ହନ୍ତସନ୍ତ ହେଉଛନ୍ତି।

ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ସଂଜୀବ କୁମାର ପଟ୍ଟନାୟକ କହିଛନ୍ତି, ‘‘ଏ ସମ୍ପର୍କରେ ସରକାରଙ୍କୁ ଜଣାଇଦିଆଯାଇଛି। ଏହା ଆମ କଣ୍ଟ୍ରୋଲରେ ନାହିଁ।’’

 

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ https://pages.razorpay.com/cyclonefani କ୍ଲିକ୍ କରନ୍ତୁ।

Comment