ଓଡ଼ିଶାଲାଇଭ୍‌ ବ୍ୟୁରୋ

ମେଲବର୍ଣ୍ଣରେ ଚାଲିଥିବା ତୃତୀୟ ଟେଷ୍ଟରେ ଘରୋଇ ଅଷ୍ଟ୍ରେଲିଆ ଦଳ ପରାଜୟର ଦ୍ୱାର ଦେଶରେ ପହଞ୍ଚିଯାଇଛି। ୩୯୯ ରନର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଚତୁର୍ଥ ଦିନ ଖେଳ ଶେଷସୁଦ୍ଧା ଅଷ୍ଟ୍ରେଲିଆ ୮ ଓ୍ଵିକେଟ ହରାଇ ୨୫୮ ରନ ସଂଗ୍ରହ କରିଛି। ରବିବାର ମ୍ୟାଚର ଶେଷ ଦିନ ଥିବାବେଳେ ଐତିହାସିକ ବିଜୟ ପାଇଁ ଭାରତ ଆଉ ମାତ୍ର ୨ଟି ଓ୍ଵିକେଟ ଆବଶ୍ୟକ କରୁଥିବାବେଳେ ଅଷ୍ଟ୍ରେଲିଆ ଆହୁରି ୧୪୧ ରନ ଆବଶ୍ୟକ କରୁଛି।

ବୁମରା, ଜାଦେଜାଙ୍କ ସହିତ ମିଶି ମହମ୍ମଦ ସାମି ଓ ଇଶାନ୍ତ ଶର୍ମା ଅଷ୍ଟ୍ରେଲିଆର ଦ୍ୱିତୀୟ ଇନିଙ୍ଗସର ୮ ଟି ଓ୍ଵିକେଟ ଅକ୍ତିଆର କରି ନେଇଥିବା ବେଳେ ଭାରତ ବିଜୟଠାରୁ ମାତ୍ର ୨ ଓ୍ଵିକେଟ ପଛରେ ରହିଛି। ଅଷ୍ଟ୍ରେଲିଆର ଶେଷ ଯୋଡ଼ି ହେଡ୍ ଓ ପାଇନେ ପାଭିଲିୟନ ଫେରିଯିବା ପରେ ଅଷ୍ଟ୍ରେଲିଆର ସଂଘର୍ଷ କରିବା କ୍ଷମତା ମଧ୍ୟ କମି ଯାଇଛି।

ପ୍ରଥମ ପାଳିରେ ବୁମରାଙ୍କ ଶାଣିତ ବୋଲିଂର ସାମ୍ନା କରି ନ ପାରି ଅଷ୍ଟ୍ରେଲିଆ ଦଳ ମାତ୍ର ୧୫୧ ରନରେ ଅଲଆଉଟ୍ ହୋଇ ଯାଇଥିଲେ। ତେବେ ଅଷ୍ଟ୍ରେଲୀୟ ବୋଲରମାନେ ଦ୍ୱିତୀୟ ଇନିସରେ ଭାରତର ବ୍ୟାଟିଂ ଲାଇନକୁ ଧ୍ୱସ୍ତ କରି ଦେଇଥଲେ। କେବଳ ମୟଙ୍କ ଅଗ୍ରଓ୍ଵାଲ ୪୨ରନ୍ ଓ ଓ୍ଵିକେଟ୍ କିପର ଋଷଭ ପନ୍ତ ୩୩ ରନ୍ କରି ଅଷ୍ଟ୍ରେଲିଆ ବୋଲିଂର ସଫଳ ମୁକାବିଲା କରିଥିଲେ। ତେବେ ଭାରତ ଦ୍ୱିତୀୟ ଇନିଙ୍ଗସରେ ୧୦୬/୮ରେ ଦ୍ୱିତୀୟ ପାଳି ଘୋଷଣା କରି ଅଷ୍ଟ୍ରେଲିଆ ଆଗରେ ବିଶାଳ ୩୯୯ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା।

Comment