ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଦାଲତରେ ପଡ଼ିରହିଛି ୧୪୦ଟି ମାମଲା। ସେଥିମଧ୍ୟରୁ ୬ ପ୍ରତିଶତ କେସ ରହିଛି ଓଡ଼ିଶାର

ଦେଶର ନିମ୍ନ ଅଦାଲତରେ ପେଣ୍ଡିଙ୍ଗ୍‌ କେସ୍‌ର ସଂଖ୍ୟା ବଢ଼ିବାରେ ଲାଗିଛି। ୧୪୦ଟି କେସ୍‌ ଏମିତି ଅଛି ଯାହାକି ୬୦ ବର୍ଷରୁ ଅଧିକ ଦିନରୁ ପେଣ୍ଡିଙ୍ଗ୍‌ ଅଛି। ନ୍ୟାୟଳୟରେ ଅନେକ ମାମଲା ବିଚରାଧୀନ ଭାବରେ ପଡ଼ିରହିଛି। ଦିନକୁ ଦିନ ଏଥିରେ ଅଭିଯୋଗ ଯୋଡ଼ି ହୋଇ ଯାଉଛି ସିନା କମିବାର ନାଁ ନେଉନାହିଁ। ଏହି ସବୁ ମାମଲାର ସମାଧାନ କରିବା ପାଇଁ ପାଖାପାଖି ୩୨୪ ବର୍ଷ ଲାଗିବ।

ଦେଶର ବିଭିନ୍ନ ଅଦାଲତରେ ପାଖାପାଖି ୧୪୦ଟି ମାମଲା ୬୦ ବର୍ଷ ହେବ ପଡ଼ିରହିଛି। ସେହିଭଳି ଜିଲ୍ଲା ଅଦାଲତଗୁଡ଼ିକରେ ପାଖାପାଖି ୬୬ହଜାର ଏଭଳି କେସ୍ ରହିଛି, ଯାହା ୩୦ ବର୍ଷରୁ ଅଧିକ ସମୟ ଧରି ପଡ଼ି ରହିଛି ଏବଂ ୬୦ ଲକ୍ଷ ଏଭଳି ମାମଲା ରହିଛି ଯାହା ୫ ବର୍ଷରୁ ଅଧିକ ସମୟ ଧରି ପଡ଼ି ରହିଛି।

ବିହାର ବକ୍ସର ଅଞ୍ଚକଳରେ ରହୁଥିବା ରାହୁଲ ପାଠକ ୧୯୫୧ ମଇ ୫ରେ ଏକ ଅଭିଯୋଗ କରିଥିଲେ। ରାଷ୍ଟ୍ରୀୟ ନ୍ୟାୟିକ ଡାଟା ଗ୍ରେଡ ରେକର୍ଡ ଅନୁସାରେ ଏହି ମାମଲାର ଶୁଣାଣି ଏବେ ସୁଦ୍ଧା ହୋଇନାହିଁ। ପୂର୍ବ ଶୁଣାଣି ୨୦୧୮ ନଭେମ୍ବର ୧୮ରେ ହୋଇଥିଲା ବେଳେ ଅଦାଲତରେ ପରବର୍ତ୍ତୀ ତାରିଖ ଦିଆଯାଇ ନାହିଁ। ଏହିପରି ଅନେକ ମାମଲା ୫୦-୬୦ ବର୍ଷ ହେବ ଅଦାଲତରେ ପଡ଼ିରହିଛି।

ସରକାରୀ ତଥ୍ୟ ଅନୁସାରେ ୧୯୫୧ରୁ ନିମ୍ନ ଅଦାଲତଗୁଡ଼ିକରେ ୬୦ବର୍ଷରୁ ଉର୍ଦ୍ଧ୍ୱ ପୁରୁଣା ଅଭିଯୋଗ ଅଛି। ୨୦୧୮ ଡିସେମ୍ବର ୨୮ ସୁଦ୍ଧା ୬୬,୦୦୦ ହଜାର ଥିବାବେଳେ କେବଳ ପାଞ୍ଚ ବର୍ଷରୁ ଥିବା ମାମଲା ସଂଖ୍ୟା ୬୦ ଲକ୍ଷ। ନିକଟରେ ସରକାର ଦେଖିଛନ୍ତି ଯେ ଯଦି ଏବେ ସେହି ପେଣ୍ଡିଙ୍ଗ୍‌ ଥିବା ମାମଲାକୁ ସମାଧାନ କରାଯାଏ ତାହେଲେ କେବଳ ନିମ୍ନ ଅଦାଲତରରେ ଥିବା ମାମଲାର ଶୁଣାଣି ପାଇଁ ୩୨୪ ବର୍ଷ ସମୟ ଲାଗିବ। ରେକର୍ଡ ଅନୁସାରେ, କେସ୍ ବଢ଼ି ବଢ଼ି ୨.୯ କୋଟିରେ ପହଞ୍ଚିଛି। ସେଥିରୁ ୭୧ ପ୍ରତିଶତ ମାମଲା ଅପରାଧିକ ଥାଇ ଅଭିଯୁକ୍ତଙ୍କୁ ଜେଲରେ ରଖାଯାଇଛି।

ନିକଟରେ ନିମ୍ନ ଅଦାଲତ କିଛି ମାମଲାର ଶୁଣାଣି କରିଥିବା ବେଳେ ନୂଆ ଯୋଡ଼ି ହୋଇଥିବା ମାମଲା ସଂଖ୍ୟା ୧୦.୨ ଲକ୍ଷ ହୋଇଛି। ଏଥିରୁ ପ୍ରତି ମାସରେ ୨.୨ଲକ୍ଷ ଅଭିଯୋଗ ଅସଂମ୍ପୂର୍ଣ୍ଣ ହୋଇ ରହିଯାଉଛି। ୧୯୫୧ର ପୂର୍ବରୁ ଥିବା ୪୮-୫୮ ବର୍ଷ ମଧ୍ୟରେ ୧୮୦୦ଟି ମାମଲାର ଏବେ ସୁଦ୍ଧା ଶୁଣାଣି ହୋଇନାହିଁ। ସବୁଠାରୁ ଅଧିକ ଜନସଂଖ୍ୟା ଥିବା ରାଜ୍ୟ ଉତ୍ତର ପ୍ରଦେଶରେ ସବୁଠାରୁ ଅଧିକ ୩୦ ବର୍ଷରେ ୨୬୦୦୦ ମାମଲା ପଡ଼ିରହିଥିବା ବେଳେ ମହାରାଷ୍ଟ୍ରରେ ୧୩୦୦୦ ମାମଲା ଅଛି। ୯୬ ପ୍ରତିଶତ କେସ ୟୁପି, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ବିହାର, ଗୁଜୁରାଟ ଓ ଓଡ଼ିଶାର ରହିଛି। ଏହି ସବୁ ରାଜ୍ୟର ମୋଟ ମାମଲା ସଂଖ୍ୟା ୧.୮ କୋଟି ଅଟେ ଏବଂ ୨.୯ କୋଟିର ୬୧ ପ୍ରତିଶତ ମାମଲା ନିମ୍ନ ଅଦାଲତରେ ରହିଛି।

Comment