ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ୍‌ ବ୍ୟୁରୋ

ଫିଲ୍ମ ‘ସିମ୍ବା’ରେ ରଣବୀର ସିଂହ ଓ ସାରା ଅଲ୍ଲୀ ଖାନ୍‌ଙ୍କ ସହ ଅଭିନୟ କରିଛନ୍ତି ଓଡ଼ିଆ ଝିଅ ସୁପ୍ରିୟା ରାୟ।

ନିକଟରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ସିମ୍ବା’ ବକ୍ସ ଅଫିସ୍‌ରେ ଭଲ ବ୍ୟବସାୟ କରୁଛି। ରଣବୀର ସିଂହ ଓ ସାରା ଅଲ୍ଲୀ ଖାନ୍‌ଙ୍କ ଅଭିନୀତ ଏହି ଫିଲ୍ମରେ ଜଣେ ଓଡ଼ିଆ ଝିଅ ଅଭିନୟ କରିଥିଲେ। ତାଙ୍କ ନାଁ ହେଉଛି ସୁପ୍ରିୟା ରାୟ। ‘ସିମ୍ବା’ ଫିଲ୍ମରେ ସାରା ଅଲ୍ଲୀ ଖାନ୍‌ଙ୍କ ବାନ୍ଧବି ଭୂମିକାରେ ଅଭିନୟ କରିଛନ୍ତି ସୁପ୍ରିୟା।

‘ସିମ୍ବା’ ଫିଲ୍ମରେ ନିଜ ନିଚ୍ଛକ ଅଭିନୟରେ ଦର୍ଶକଙ୍କ ମନ ଜିଣିଛନ୍ତି ସୁପ୍ରିୟା। ସୁପ୍ରିୟା ହେଇଛନ୍ତି କଟକ ଜିଲ୍ଲାର ବାସିନ୍ଦା। ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଶିକ୍ଷାଲାଭ କରି ସେ ଆଇଏମ୍‌ଆଇଏସ୍‌ରୁ ହ୍ୟୁମାନ ଆଣ୍ଡ ରିସୋର୍ସରେ ଡିଗ୍ରୀ ହାସଲ କରିଛନ୍ତି। ବର୍ତ୍ତମାନ ସୁପ୍ରିୟା ବେଙ୍ଗାଳୁରୁର ଏକ ଘରୋଇ କମ୍ପାନିରେ ଚାକିରି କରୁଛନ୍ତି।

ବଲିଉଡରେ ଅଭିନୟ କରିବା ପୂର୍ବରୁ ସୁପ୍ରିୟାଙ୍କୁ କନ୍ନଡ଼ ଫିଲ୍ମରେ ଅଭିନୟ କରିବା ପାଇଁ ସୁଯୋଗ ମିଳିଥିଲା। ପିଲା ଦିନୁ ସୁପ୍ରିୟାଙ୍କ ଅଭିନୟ ପ୍ରତି ରୁଚି ରହିଥିଲା। ୨୦୦୬ ମସିହାରେ ସୁପ୍ରିୟା ‘ମିସ୍‌ କଟକ’ର ତାଜ୍‌ ଜିତିଥିଲେ। ‘ସିମ୍ବା’ ଫିଲ୍ମରେ ଅଭିନୟ କରିବା ପୂର୍ବରୁ ସୁପ୍ରିୟା କୋଲ୍‌ଗେଟ, ଏୟାରଟେଲ୍‌ ଭଳି ନାମିଦାମି କମ୍ପାନିର ବିଜ୍ଞାପନରେ ଅଭିନୟ କରିଛନ୍ତି।

Comment