ଓଡ଼ିଶାଲାଇଭ୍‌ ବ୍ୟୁରୋ

ବ୍ୟାଙ୍କିଙ୍ଗ କ୍ଷେତ୍ର ସହ ଜଡ଼ିତ ଗ୍ରାହକଙ୍କ ପାଇଁ ଜରୁରୀ ଖବର। ନୂଆବର୍ଷରେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ୫ଟି ନୂଆ ନିୟମ ଲାଗୁ ହେବ। ଜାନୁୟାରୀ ୧ ତାରିଖ ଅର୍ଥାତ ଆଜିଠୁ ଏହି ନୂଆ ନିୟମ ଲାଗୁ ହେବ।

ଏହିସବୁ ଏଟିଏମ୍ କାର୍ଡ ବନ୍ଦ

ଗ୍ରାହକ ପାଖରେ ଯଦି ମ୍ୟାଗ୍ନେଟିକ୍ ଷ୍ଟ୍ରାଇପ୍ ଯୁକ୍ତ ଏଟିଏମ କାର୍ଡ ଥାଏ ତା’ହେଲେ ନୂଆବର୍ଷରୁ ଏହା ବେକାର ହୋଇଯିବ ଅର୍ଥାତ ଏଟିଏମ୍ କାର୍ଡରେ ଯଦି, ସିମ୍ କାର୍ଡ ଭଳି ଚିପ୍ ଲାଗି ନାହିଁ ନୂଆବର୍ଷରୁ ଏହା ଅକାମୀ ହୋଇଯିବ। ଚିପ୍ ଯୁକ୍ତ କାର୍ଡ ଅନ୍ୟ କାର୍ଡଠାରୁ ଅଧିକ ସୁରକ୍ଷିତ। ଏଥିରେ ସହଜରେ ଜାଲିଆତି କରି ହେବ ନାହିଁ। ଚିପ୍ ଲାଗିଥିବା କାର୍ଡକୁ ଇଏମ୍‌ବି କାର୍ଡ କୁହାଯାଏ। ୨୦୧୫ରୁ ରିଜର୍ଭ ବ୍ୟାଙ୍କ, ଇଏମଭି ଏଟିଏମ୍ ଯୋଗାଇବାକୁ ସବୁ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଥିଲା। କିନ୍ତୁ କିଛି ଗ୍ରାହକଙ୍କ ପାଖରେ ପୁରୁଣା କାର୍ଡ ରହି ଯାଇଛି। ସେମାନଙ୍କୁ ବ୍ୟାଙ୍କ ନୂଆ କାର୍ଡ ପଠାଇ ସାରିଛନ୍ତି। ଯେଉଁମାନେ ପାଇ ନାହାନ୍ତି ସେମାନେ ବ୍ୟାଙ୍କ ସହ ଯୋଗାଯୋଗ କରି ନୂଆ କାର୍ଡ ପାଇପାରିବେ। ଇଏମ୍‌ଭି କାର୍ଡରେ ଯେଉଁ ଚିପ୍ ଲାଗିଥାଏ, ସେଥିରେ ଗ୍ରାହକଙ୍କ ଡାଟା ଷ୍ଟୋର ରୁହେ। ସେଥିରୁ ସହଜରେ ଜାଲିଆତି କରି ହେବ ନାହିଁ।

ନନ୍-ସିଟିଏସ୍ ଚେକବୁକ୍ ବି ହେବ ଅକାମୀ

୨୦୧୯ ଜାନୁୟାରୀ ୧ରୁ ନନ୍-ସିଟିଏସ୍ ଚେକବୁକ୍ ଅକାମୀ ହୋଇଯିବ। ଆରବିଆଇ ତିନି ମାସ ପୂର୍ବରୁ ଏସମ୍ବନ୍ଧୀୟ ସୂଚନା ଦେଇ ବ୍ୟାଙ୍କଗୁଡ଼ିକ ପାଇଁ ଗାଇଡଲାଇନ ଜାରି କରିଥିଲା। ପୁରୁଣା ଚେକ୍ ବୁକ୍ ଦାଖଲ କରି ନୂଆ ଚେକବୁକ ନେବାକୁ ବ୍ୟାଙ୍କ ପକ୍ଷରୁ ଗ୍ରାହକଙ୍କୁ ଅପିଲ କରାଯାଇଛି।  ସିଟିଏସ୍ ଚେକରେ ଏକ ଇଲେକଟ୍ରୋନିକ୍ସ ଛବି ରହିଛି ଯାହା ଫିଜିକାଲ ଚେକ୍ ମାଧ୍ୟମରେ ଗୋଟିଏ ବ୍ୟାଙ୍କରୁ ଅନ୍ୟ ବ୍ୟାଙ୍କକୁ କ୍ଲିୟରାନ୍ସ ପାଇଁ ପଠାଇବାକୁ ପଡ଼ିବନି। ଅନ୍ୟପଟେ ନନ୍-ସିଟିଏସ୍ ଚେକ୍ କଥା କହିବାକୁ ଗଲେ ଏହା କମ୍ପ୍ୟୁଟର ଦ୍ୱାରା ରିଡ୍ ହୋଇନଥାଏ। ଏହି କାରଣରୁ ଫିଜିକାଲ ଗୋଟିଏ ସ୍ଥାନରେ ଅନ୍ୟସ୍ଥାନରେ କ୍ଲିୟରାନ୍ସ ପାଇଁ ପଠାଯାଇଥାଏ।

ଆଉ ମିଳିବନି ଏସବିଆଇ ଅଫର

ନୂଆବର୍ଷରୁ ଏସବିଆଇ ଗ୍ରାହକଙ୍କୁ ଆଉ ମିଳିବନି ଅଫରର ସୁଯୋଗ। ଡିସେମ୍ବର ୩୧ ପୂର୍ବରୁ ଗୃହ ଋଣ ଆବେଦନ କରିଥିବା ଗ୍ରାହକଙ୍କୁ ବିନା ପ୍ରୋସେସିଙ୍ଗ ଫିରେ ଋଣ ଦିଆଯାଇଛି। ଏହି ଅଫର ଜରିଆରେ ଋଣ ନେଉଥିବା ଗ୍ରାହକ ହଜାର ଟଙ୍କା ପ୍ରୋସେସିଙ୍ଗ ଫିରେ ଛାଡ଼ ପାଇଛନ୍ତି।

ଆଇଟିଆର ଫାଇଲିଙ୍ଗରେ ୧୦ ହଜାର ଟଙ୍କା ଜୋରିମାନା

ଯଦି ଗ୍ରାହକ ଆର୍ଥିକ ବର୍ଷ ୨୦୧୭-୧୮ ପାଇଁ ଆଇଟିଆର ଫାଇଲ କରିନାହାନ୍ତି ତେବେ ତାଙ୍କୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଲାଗୁ ହୋଇପାରେ। ଅଗଷ୍ଟ ୩୧ ତାରିଖ ରିଟର୍ନ ଦାଖଲର ଶେଷ ଦିନ ଥିଲା। ଏହାଛଡ଼ା ଡିସେମ୍ବର ୩୧ ସୁଦ୍ଧା ୫ ହଜାର ଟଙ୍କା ଜୋରିମାନା ଦେଇ ଆଇଟିଆର ଫାଇଲ ଦାଖଲ ପାଇଁ ସମୟ ଥିଲା। ଯେଉଁ ଗ୍ରାହକ ରିଟର୍ନ ଫାଇଲ କରିନଥିବେ ସେମାନେ ୧୦ ହଜାର ଟଙ୍କା ଜୋରିମାନା ଦେଇପାରନ୍ତି। ଯାହାଫଳରେ ଗ୍ରାହକ ଅତିରିକ୍ତ ୫ ହଜାର ଟଙ୍କା ବ୍ୟୟ କରିପାରନ୍ତି।

ବନ୍ଦ ହେବ ଜିଏସଟି ସହ ଜଡ଼ିତ ଡିସ୍‌କାଉଣ୍ଟ

ନୂଆବର୍ଷରେ ଜିଏସଟି ସହ ଜଡ଼ିତ ଡିସକାଉଣ୍ଟ ଅଫର ବନ୍ଦ ହୋଇଯିବ। ଜିଏସଟି ଲାଗୁ ହେବା ପୂର୍ବରୁ ଷ୍ଟକ ଥିବା ସାମଗ୍ରୀକୁ ବିକ୍ରି କରିବା ପାଇଁ ଦୋକାନି ଅଧିକ ଅଫର ଦେଉଛନ୍ତି।

Comment