ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୁରୁବାରଠାରୁ ଆରମ୍ଭ ହେବ ରାଜ୍ୟରେ ପକ୍ଷୀ ଗଣନା। ନନ୍ଦନକାନନ, ଶିମିଳିପାଳ, ଭିତରକନିକା, ହୀରାକୁଦ ସମେତ ଅନ୍ୟ ଡିଭିଜନରେ ହେବ ପକ୍ଷୀ ଗଣନା।

ଶୀତଦିନ ହେବା କ୍ଷଣି କାହିଁ କେଉଁ ଆଡୁ ପକ୍ଷୀ ସବୁ ଉଡି ଆସିଥାନ୍ତି ଆମ ରାଜ୍ୟ ଓଡ଼ିଶାକୁ। ତେଣୁ ଗୁରୁବାରଠାରୁ ରାଜ୍ୟରେ ଆରମ୍ଭ ହେବ ପକ୍ଷୀ ଗଣନା। ଏନେଇ ଚିଫ୍ ୱାଇଲ୍ଡ ଲାଇଫ୍ ୱାର୍ଡେନ୍ ସନ୍ଦୀପ ତ୍ରିପାଠୀ ସୂଚନା ଦେଇଛନ୍ତି।

ଜାନୁଆରୀ ୩,ପ୍ରଥମ ଦିନରେ ନନ୍ଦନକାନନ, ଶିମିଳିପାଳ ଓ ଅନ୍ୟ ଡିଭିଜନରେ ପକ୍ଷୀ ଗଣନା ହେବ। ସେହିପରି ଜାନୁଆରୀ ୪ରେ ଚିଲିକାରେ ପକ୍ଷୀଗଣନା ହେବାକୁ ଥିବାବେଳେ ୬ରେ ଭିତରକନିକା ଓ ହୀରାକୁଦରେ ପକ୍ଷୀ ଗଣନା ହେବ।

ପକ୍ଷୀ ଗଣନା ପାଇଁ ବନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପ୍ରୋଟେକସନ୍ କ୍ୟାମ୍ପ୍ କରାଯିବ।

ଅନ୍ୟ ପକ୍ଷରେ ରାଜ୍ୟରେ ଜାନୁଆରୀ ୬ରୁ ୧୪ ତାରିଖ ପର୍ଯ୍ୟନ୍ତ କୁମ୍ଭୀର ଗଣନା କରାଯିବ ଏବଂ୧୯ରେ ଡଲଫିନ୍ ଗଣନା କରାଯିବ ବୋଲି ସୂଚନା ମିଳିଛି।

Comment