ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୁଗୁଲ୍‌ରେ ଅମିତ ଶାହଙ୍କଠୁ ବେଶୀ ସର୍ଚ୍ଚ କରାଯାଇଛି ରାହୁଲଙ୍କୁ।

କଂଗ୍ରେସର ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଲୋକପ୍ରିୟତା ଲଗାତାର ବଢ଼ିବାରେ ଲାଗିଛି। ଏହା ଦେଖିବାକୁ ମିଳିଛି ଗୁଗୁଲ୍‌ରେ। ଗୁଗୁଲ୍‌ରେ ଭାଜପା ଅଧ୍ୟକ୍ଷ ଅମିତ ଶାହଙ୍କଠାରୁ ବେଶୀ ସର୍ଚ୍ଚ ରାହୁଲ ଗାନ୍ଧିଙ୍କର କରାଯାଇଛି। ଗୁଗୁଲ୍‌ ଅଧ୍ୟକ୍ଷ ହେବାର ମାତ୍ର ଗୋଟେ ବର୍ଷ ହୋଇଛି। କିନ୍ତୁ ତାଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ତିନିଟି ରାଜ୍ୟରେ ସରକାର ତିଆରି କରିସାରିଲାଣି।

ଅନ୍ୟପକ୍ଷରେ ଗୁଗୁଲରେ କଂଗ୍ରେସଠୁ ଅଧିକ ସର୍ଚ୍ଚ ଭାରତୀୟ ଜନତା ପାର୍ଟିକୁ ଅଧିକ ସର୍ଚ୍ଚ କରାଯାଇଛି।

ଗୁଗୁଲ୍‌ ଟ୍ରେଣ୍ଡ ଅନୁସାରେ, ୧୧ ଡିସେମ୍ବର ୨୦୧୭ଠୁ ଆରମ୍ଭ କରି ୧୧ ଡିସେମ୍ବର ୨୦୧୮ ପର୍ଯ୍ୟନ୍ତ ଗୁଗୁଲ୍‌ରେ ରାହୁଲଙ୍କର ସର୍ଚ୍ଚ ଆଭରେଜ୍‌ ରହିଥିବା ବେଳେ ୨୬ ପଏଣ୍ଟ ରହିଛି। ତେଣେ ଅମିତ ଶାହଙ୍କ ଆଭରେଜ୍‌ ସର୍ଚ୍ଚିଂ ୬ ପଏଣ୍ଟ ରହିଛି।

ଗୁଗୁଲ୍‌ ଟ୍ରେଣ୍ଡ ଅନୁସାରେ, ରାହୁଲଙ୍କ ଅଧ୍ୟକ୍ଷ ହେବା ପ୍ରଥମ ସପ୍ତାହରେ ହିଁ ରାହୁଲଙ୍କୁ ବେଶୀ ସର୍ଚ୍ଚ କରାଯାଇଛି। ୧୦ ଡିସେମ୍ବରରୁ ୧୬ ଡିସେମ୍ବର ମଧ୍ୟରେ ରାହୁଲ ଗାନ୍ଧିଙ୍କୁ ୪୩ ପଏଣ୍ଟ ଆସିଥିଲା। କିନ୍ତୁ ଅମିତ ଶାହଙ୍କୁ ମାତ୍ର ୫ ପଏଣ୍ଟ ମିଳିଥିଲା।

ରାହୁଲ ଅଧକ୍ଷ ହେବା ପରେ ଗୁଗୁଲ୍‌ରେ ରାହୁଲଙ୍କ ସର୍ଚ୍ଚିଂ ବଢ଼ିଥିଲେ ମଧ୍ୟ କଂଗ୍ରେସ ତୁଳନାରେ ଭାଜପାଙ୍କ ସର୍ଚ୍ଚଂ ଅଧିକ।

୧୩ ମେ’ରୁ ଆରମ୍ଭ କରି ୧୯ ମେ’ ୨୦୧୮ ପର୍ଯ୍ୟନ୍ତ ଭାଜପାକୁ ୭୧ ପଏଣ୍ଟ ମିଳିଥିଲା ଏବଂ କଂଗ୍ରେସକୁ ୧୯ ପଏଣ୍ଟ ମିଳିଛି।

Comment