ଓଡ଼ିଶାଲାଇଭ୍ ବ୍ୟୁରୋ

ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଆଗମୀ ଦିନରେ ପେଟ୍ରୋଲ ଓ ଡିଜେଲ ଦର କମିବ। ଯାହାଦ୍ୱାରା ସାଧାରଣ ଲୋକ ଉପକୃତ ହୋଇପାରିବେ। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ସରକାର ତେଲ ଦର କମାଇବା ଲାଗି ରିଫାଇନାରୀର କ୍ଷମତା ବଢାଇବାକୁ ଉଦ୍ୟମ କରୁଛନ୍ତି। ଯଦି ରିଫାଇନାରୀର କ୍ଷମତା ବଢ଼ିବ ତେବେ ଅଶୌଧିତ ତେଲକୁ ପେଟ୍ରୋଲ ଓ ଡିଜେଲକୁ ବଦଳାଯାଇପାରିବ। ଯାହାପରେ ଦର ବି କମିବ।

ଗତକିଛି ଦିନ ହେବ ଲଗାତାର ପେଟ୍ରୋଲ ଓ ଡିଜେଲ ଦର କମୁଛି। କିନ୍ତୁ ୨ଜାନୁଆରୀରେ ତେଲଦରରେ କୌଣସି ପରିବର୍ତ୍ତନ ଆସିନାହିଁ। ଜାନୁଆରୀ ୧ରେ ଦିଲ୍ଲୀରେ ପେଟ୍ରୋଲ ଦର ୬୮.୬୫ଟଙ୍କା ଥିବା ବେଳେ ଡିଜେଲ ୬୨.୬୬ଟଙ୍କା ପ୍ରତି ଲିଟର ଥିଲା

ସେହିପରି କୋଲକାତାରେ ପେଟ୍ରୋଲ ୭୦.୭୮ ଓ ଡିଜେଲ ୬୪.୪୨ଟଙ୍କା ପ୍ରତି ଲିଟର ଥିଲା। ମୁମ୍ବାଇରେ ପେଟ୍ରୋଲ ଦର ୭୪.୩୦ ଓ ଡିଜେଲ ୬୫.୫୬ଟଙ୍କା ପ୍ରତି ଲିଟର ଥିଲା।

ଭାରତରେ ପେଟ୍ରୋଲ ଓ ଡିଜେଲ ଦର ସମ୍ପୁର୍ଣ୍ଣ ଭାରେ ଅନ୍ତ୍ରରାଷ୍ଟ୍ରୀୟ ବଜାର ଉପରେ ନିର୍ଭର କରିଥାଏ। ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୌଧିତ ତେଲର ଦର ଓ ସପ୍ଲାଇ ହିସାବରେ ଭାରତରେ ଡିଜେଲ ଓ ପେଟ୍ରୋଲ ଦର ବଦଳିଥାଏ। ତେବେ ଗତ କିଛିଦିନ ହେବ ପେଟ୍ରୋଲ ଓ ଡିଜେଲର ଦର କମୁଥିବାରୁ ଆଶା କରାଯାଉଛି ଆଗାମୀ ଦିନରେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ପାଖାପାଖି ୩ଟଙ୍କା କମ୍‌ ହେବ।

Comment