ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୮ ଡିସେମ୍ବର ୧୪ରେ ସୁପ୍ରିମକୋର୍ଟ ଯୁଦ୍ଧ ବିମାନ ରାଫେଲ ପ୍ରସଙ୍ଗରେ ଦେଇଥିବା ରାୟ ଉପରେ ପୁନର୍ବିଚାର କରିବା ପାଇଁ ଆବେଦନ ହୋଇଛି।

ରାଫେଲ ମାମଲାରେ ପୁନର୍ବିଚାର ପାଇଁ  ସୁପ୍ରିମକୋର୍ଟରେ ଆବେଦନ ହୋଇଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୋବନ୍ତ ସିହ୍ନା, ଅରୁଣ ସୌରୀ,ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ବୁଧବାର ରାଫେଲ ମାମଲାର ପୁନର୍ବିଚାର ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି।

୨୦୧୮ ଡିସେମ୍ବର ୧୪ରେ ସୁପ୍ରିମକୋର୍ଟ ଯୁଦ୍ଧ ବିମାନ ରାଫେଲ ପ୍ରସଙ୍ଗରେ ଦେଇଥିବା ରାୟ ଉପରେ ପୁନର୍ବିଚାର କରାଯାଉ ବୋଲି ଆବେଦନକାରୀମାନେ ସେମାନଙ୍କ ଆବେଦନ ପତ୍ରରେ ଲେଖିଛନ୍ତି।

୨୦୧୮ ଡିସେମ୍ବର ୧୪ରେ ରାଫେଲ ବିମାନ କିଣା ଘଟଣାରେ ତଥାକଥିତ ଅନିୟମିତତା ଓ ଦୁର୍ନୀତି ଅଭିଯୋଗର ତଦନ୍ତ କରିବା ପାଇଁ ଆସିଥିବା ସବୁ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ। ଏଥିରେ କୌଣସି ଦୁର୍ନୀତି ହୋଇନାହିଁ ଓ ସେହି କାରଣରୁ କୋର୍ଟ ତତ୍ୱାବଧାନରେ କୌଣସି ତଦନ୍ତର ଆବଶ୍ୟକତା ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଥିଲେ।

କେନ୍ଦ୍ରସରକାର ଫ୍ରାନ୍ସ ଠାରୁ ୩୬ଟି ରାଫେଲ ଯୁଦ୍ଧ ବିମାନ କିଣିବାକୁ ଚୁକ୍ତି କରିଥିବା ବେଳେ ଏଥିରେ ଅନିୟମିତତା ହୋଇଥିବା ଦର୍ଶାଇ ସୁପ୍ରମକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା।

Comment