ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏସଆରସି ବିଷ୍ଣୁପଦ ସେଠୀଙ୍କ ସୂଚନା, ଲାଇସେନ୍ସ କି ଲାଇଫ ଜ୍ୟାକେଟ୍‌ ନଥିଲା। ନିଖୋଜ ଶିଶୁଙ୍କୁ ଖୋଜିବା ଲାଗି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମୃତକଙ୍କ ପରିବାକୁ ୪ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଡଙ୍ଗାବୁଡ଼ି ଘଟଣାରେ ମୃତ୍ୟୁ ସଂଖ୍ୟା ୯ରେ ପହଞ୍ଚିଲାଣି। ଏ ନେଇ ଏସଆରସି ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି। ଡଙ୍ଗାର ଲାଇସେନ୍ସ କି ଲାଇଫ ଜ୍ୟାକେଟ୍‌ ନଥିଲା ବୋଲି ଏସ୍‌ଆରସି କହିଛନ୍ତି। ଜଣେ ଶିଶୁ ନିଖୋଜ ଅଛନ୍ତି ତାଙ୍କୁ ଖୋଜିବା ଲାଗି ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଏହା ସହିତ ଡଙ୍ଗାରେ ଆବଶ୍ୟକତାଠୁ ଅଧିକ ଯାତ୍ରୀ ଥିବା କୁହାଯାଉଛି। ୨ଜଣିଆ ଟିମ୍‌ ତଦନ୍ତ କରୁଛି , ତଦନ୍ତ ରିପୋର୍ଟ ଆସିବା ପରେ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି।

ଡଙ୍ଗାବୁଡ଼ି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୃତକଙ୍କ ପରିବାକୁ ୪ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହା ସହିତ ଆହତଙ୍କୁ  ମାଗଣାରେ ଚିକିତ୍ସା କରିବାଲାଗି ଘୋଷଣା କରାଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ପିସିସି ସଭାପତି ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

କେନ୍ଦ୍ରାପଡ଼ା ଡଙ୍ଗାବୁଡ଼ି ଘଟଣାରେ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ପାଇଛି। ତେବେ ପାଣି ଭିତରୁ ସମସ୍ତ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ ୭ ଜଣ ଶିଶୁ ଓ ୨ ଜଣ ମହିଳା ଅଛନ୍ତି। ଡଙ୍ଗାରେ ପାଖାପାଖି ୫୦ ରୁ ୫୫ ଜଣ ଥିଲେ ବୋଲି ସୂଚନା ମିଳିଛି। ମୃତକମାନେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳ ହସିଣା ଗାଁର ବୋଲି ଜଣାପଡ଼ିଛି।

ଜଗସିଂହପୁର ଜିଲାର କୁଜଙ୍ଗ ଥାନା ଅନ୍ତର୍ଗତ ହଂସିଣା ଗାଁର କିଛି ଲୋକ ବଙ୍ଗୋପସାଗର ମଧ୍ୟରେ ଥିବା ହୁକିଟୋଲା ବୁଲିବାକୁ ଯାଇଥିଲେ। ଫେରିବା ବେଳେ ଏହି ଅଘଟଣ ଘଟିଛି।

Comment