ଓଡ଼ିଶାଲାଇଭ୍‌ ବ୍ୟୁରୋ

କୌରବମାନେ ଥିଲେ ଟେଷ୍ଟ୍ ଟ୍ୟୁବ୍‌ ବେବି। ନିକଟରେ ଏଭଳି ଏକ ବୟାନ ଦେଇ ବିବାଦରେ ଫସିଛନ୍ତି ଆନ୍ଧ୍ର ବିଶ୍ୱବିଦ୍ୟାଳୟ କୁଳପତି ବିସି ଜି ନାଗେଶ୍ୱର ରାଓ। ସେ କହିଛନ୍ତି, “ଟେଷ୍ଟ୍ ଟ୍ୟୁବ୍‌ ବେବି ଏବଂ ମିସାଇଲ୍‌ର ବ୍ୟବହାର ଦେଶରେ ହଜାର ହଜାର ବର୍ଷ ତଳୁ ଆରମ୍ଭ ହୋଇଥିଲା।”

ଇଣ୍ଡିଆନ୍‌ ସାଇନ୍ସ କଂଗ୍ରେସରେ ଉଦ୍‌ବୋଧନ ଦେଇ କୁଳପତି ନାଗେଶ୍ୱର କହିଛନ୍ତି, “ଆମେ ଗୋଟିଏ ମା’ଠାରୁ ଶହ ଶହ କୌରବ ପାଇଥିଲୁ। ଏହା କେବଳ ସମ୍ଭବ ହୋଇପାରିଛି ଷ୍ଟେମ୍‌ ସେଲ ଓ ଟେଷ୍ଟ୍ ଟ୍ୟୁବ୍‌ ଟେକ୍‌ନିକ୍‌ ଜରିଆରେ।”

ସେ ଆହୁରି ମଧ୍ୟ କହିଛନ୍ତି, “ଗାନ୍ଧାରୀ ଜଣେ ସାଧାରଣ ମହିଳା ଥିଲେ ଏବଂ ସେ ୧୦୦ ପିଲାଙ୍କୁ ଜନ୍ମ କରିଥିଲେ। ଏହା କିପରି ସମ୍ଭବ। କାରଣ ଜଣେ ମହିଳା ନିଜ ଜୀବନ କାଳ ମଧ୍ୟରେ ୧୦୦ ପିଲା ଜନ୍ମ କରିବା କ’ଣ ସମ୍ଭବ। ସେମାନେ କ’ଣ ଟେଷ୍ଟ୍ ଟ୍ୟୁବ୍‌ ବେବି ନୁହନ୍ତି?”

ସେ ଆହୁରି ମଧ୍ୟ କହିଥିଲେ ଯେ ଭଗବାନ ରାମ ବ୍ୟବହାର କରୁଥିବା ଅସ୍ତ୍ରଶସ୍ତ୍ରଗୁଡ଼ିକ ଶତ୍ରୁପକ୍ଷଙ୍କୁ ଆକ୍ରମଣ କରିବା ପରେ ପୁଣିଥରେ ତାଙ୍କ ପାଖକୁ ଫେରି ଆସୁଥିଲା। ଏହା ମିସାଇଲ୍‌ ନିୟନ୍ତ୍ରଣ ପ୍ରକ୍ରିୟା ଯୋଗୁଁ ସମ୍ଭବ ହୋଇପାରୁଥିଲା।

LEAVE A REPLY

Please enter your comment!
Please enter your name here