ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସି ଖବର। ବିଦେଶରେ ନୁହେଁ ଭାରତରେ ହେବ ଚଳିତ ବର୍ଷର ଆଇପିଏଲ ଟୁର୍ଣ୍ଣାମେଣ୍ଟ। ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍(ଆଇପିଏଲ୍)ର ଦ୍ୱାଦଶ ସଂସ୍କରଣ ଚଳିତ ବର୍ଷ ମାର୍ଚ୍ଚ ୨୩ ତାରିଖରୁ ଆରମ୍ଭ ହୋଇପାରେ। (ବିସିସିଆଇ) ଏ ନେଇ ଖୁବ୍ ଶୀଘ୍ର ତାରିଖ ଘୋଷଣା କରିବାକୁ ଯାଉଛି।

୨୦୧୯ ନିର୍ବାଚନ ଏବଂ ସୁରକ୍ଷା ଦୃଷ୍ଟିରୁ ବିଦେଶରେ ମ୍ୟାଚ୍ ଆୟୋଜନ ନେଇ ଯେଉଁ ଆଶଙ୍କା କରାଯାଉଥିଲା ସେଥିରେ ପୂର୍ଣ୍ଣଛେଦ ପଡ଼ିଛି। ଚଳିତବର୍ଷ ଏପ୍ରିଲ୍ କିମ୍ବା ମେ ମାସରେ ଲୋକସଭା ନିର୍ବାଚନ ହେବାକୁ ଥିଲେ ମଧ୍ୟ ଆଇପିଲ୍ ଭାରତ ବାହାରେ କରାଯିବାର କୌଣସି ଯୋଜନା ନାହିଁ। ଏ ବର୍ଷ ବି ଦେଶ ଭିତରେ ମ୍ୟାଚ ଖେଳାଯିବ ବୋଲି ସ୍ଥିର ହୋଇଛି। ତେବେ, ମାର୍ଚ୍ଚ ମାସରେ ଆଇପିଏଲ୍ ଆରମ୍ଭ ହେଲେ ଖେଳାଳୀ ମାନଙ୍କ ପାଇଁ ଫାଇଦା ହେବ।

ମ୍ୟାଚ୍ ଶ୍ରୀଘ୍ର ସରିଲେ ଖେଳାଳିମାନେ ଆଇପିଏଲ୍ ଖେଳିବା ପରେ ବିଶ୍ରାମ ପାଇଁ ଉପଯୁକ୍ତ ସମୟ ପାଇପାରିବେ। ଫଳରେ ମେ ୩୦ରେ ଇଂଲଣ୍ଡରେ ଆରମ୍ଭ ହେବାକୁ ଥିବା ବିଶ୍ୱକପ୍-୨୦୧୯ ପାଇଁ ନିଜକୁ ଠିକ୍ ଭାବେ ପ୍ରସ୍ତୁତ କରିପାରିବେ। ବିଶ୍ୱକପ୍ ମେ’୩୦ରୁ ଆରମ୍ଭ ହୋଇ ଜୁଲାଇ ୧୪ ପର୍ଯ୍ୟନ୍ତ ୪୬ ଦିନ ଧରି ଅନୁଷ୍ଠିତ ହେବ।

Comment