ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିବାଦୀୟ ବୟାନ ମହଙ୍ଗା ପଡ଼ିଛି ହାର୍ଦ୍ଦିକ୍‌ ପାଣ୍ଡ୍ୟା ଓ କେ.ଏଲ.ରାହୁଲଙ୍କୁ। ଆସନ୍ତାକାଲିଠୁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରୁ ବାଦ ପଡିବେ ଉଭୟ। କେବଳ ମ୍ୟାଚ୍‌ ନୁହଁ ବରଂ ଯାଞ୍ଚ ପର୍ଯ୍ୟନ୍ତ କ୍ରିକେଟ ଖେଳିପାରିବେ ନାହିଁ ଉଭୟ। ତେବେ ଏ ଦୁହିଁଙ୍କ ସ୍ଥାନରେ କେଉଁ ଖେଳାଳିଙ୍କୁ ସ୍ଥାନ ମିଳିବ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ସିଓଏ(କମିଟି ଅଫ୍ ଆଡମିନଷ୍ଟ୍ରେଟର) ମୁଖ୍ୟ ବିନୋଦ ରାୟ ଦୁଇ ଖେଳାଳିଙ୍କୁ ଦୁଇଟି ଦିନିକିଆ ମ୍ୟାଚରେ ବ୍ୟାନ କରିବାକୁ ବିସିସିଆଇ ନିକଟରେ ସୁପାରିଶ କରିଥିଲେ।

ଏହାପୂର୍ବରୁ ବୁଧବାର ବିସିସିଆଇ ମଧ୍ୟ ଦୁଇ ଖେଳାଳିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ଯାହାର ଉତ୍ତରରେ ହାର୍ଦ୍ଦିକ କ୍ଷମା ମାଗିଥିଲେ।

କଫି ଓ୍ଵିଥ୍ କରଣ ଟିଭି ଶୋ’ରେ ପାଣ୍ଡ୍ୟାଙ୍କ ଟିପ୍ପଣୀକୁ ବହୁତ ସମାଲୋଚନା କରାଯାଇଛି। ପାଣ୍ଡ୍ୟା ଏହି ଶୋ’ରେ ମହିଳାଙ୍କ ପ୍ରତି ସେକ୍ସି ଶବ୍ଦ ଉଚ୍ଚାରଣ କରିଥିଲେ। ପରେ ନିଜର ଏହି ଟିପ୍ପଣୀ ପାଇଁ କ୍ଷମା ମାଗିଥିଲେ। ଅନ୍ୟପଟେ ଲୋକେଶ ରାହୁଲ ଏହି ସମାଲୋଚନା ଉପରେ କୌଣସି ପ୍ରତିକ୍ରିୟା ଦେଇ ନଥିଲେ। ବିସିସିଆଇ ୨୪ ଘଣ୍ଟା ଭିତରେ ମହିଳାଙ୍କ ପ୍ରତି ଏହି ଧରଣର ଟିପ୍ପଣୀକୁ ନେଇ ଉଭୟ ଖେଳାଳିଙ୍କଠୁ ଜବାବ ମାଗିଥିଲେ।

Comment