ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫିଲ୍ମମେକର କରଣ ଜୋହରଙ୍କ ଚାଟ ଶୋ ‘କଫି ୱିଥ୍ କରଣ’ର ସିଜିନ ୬ରେ ଅତିଥି ହୋଇ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ବିବାଦୀୟ ବୟାନ ଦେଇଥିଲେ। ଯାହାକୁ ନେଇ ପରେ ଚର୍ଚ୍ଚା ବଢିଛି। ତେବେ ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲି।

ଏ ନେଇ ପ୍ରତିକ୍ରିୟା ଦେଇ କହିଛନ୍ତି, ”ଭାରତୀୟ କ୍ରିକେଟ ଟିମ୍‌ ଓ ଏକ ଦାୟିତ୍ୱପୂର୍ଣ୍ଣ କ୍ରିକେଟର ହିସାବରେ ଏଭଳି ବିବାଦୀୟ ମନ୍ତବ୍ୟକୁ ସମର୍ଥନ କରୁନାହୁଁ। ଏହା ତାଙ୍କର ବ୍ୟକିଗତ ଅଟେ। ଆମେ ନିଆଯିବାକୁ ଥିବା ନିଷ୍ପତ୍ତିକୁ ଅପେକ୍ଷା କରିଛୁ।”

ଅନ୍ୟପଟେ ଶୋରେ ପାଣ୍ଡ୍ୟାଙ୍କ ମହିଳାଙ୍କ ପ୍ରତି ଅଶ୍ଳୀଳ ବୟାନ ଶୋକୁ ଏବେ ବିବାଦ ଘେରକୁ ନେଇ ଆସିଛି। ପାଣ୍ଡ୍ୟାଙ୍କ ବୟାନ ପରେ ଏହି ବିବାଦ ଥମିବାର ନାଁ ନେଉନାହିଁ। ବିବାଦ ବଢିବାରୁ ପାଣ୍ଡ୍ୟା ଓ ରାହୁଲଙ୍କ ଏହି ଏପିସୋଡକୁ ହଟ୍‌ଷ୍ଟାରରୁ ହଟାଇ ଦିଆଯାଇଛି। କଫି ୱିଥ୍ କରଣ ଶୋ ହଟଷ୍ଟାରରେ ପ୍ରସାରିତ ହୋଇଥାଏ।

ଏଭଳି ବୟାନ ପରେ ପାଣ୍ଡ୍ୟା ଏବେ ବିବାଦରେ ପଡ଼ିଛନ୍ତି। ବିସିସିଆଇ ମଧ୍ୟ ତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲେ। ପାଣ୍ଡ୍ୟା ଏହାର ଉତ୍ତରରେ କ୍ଷମା ମାଗିଥିଲେ।

କହିଥିଲେ ପାଣ୍ଡ୍ୟା?

ଜାନୁଆରୀ ୬ ରବିବାର ହାର୍ଦ୍ଦିକ ପାଣ୍ଡ୍ୟା ଓ କେ.ଏଲ ରାହୁଲ କରଣଙ୍କ ଶୋର ଅତିଥି ହୋଇଥିଲେ। ପାଣ୍ଡ୍ୟା ଏହି ଶୋ’ରେ ମହିଳାଙ୍କ ପ୍ରତି ସେକ୍ସି ଶବ୍ଦ ଉଚ୍ଚାରଣ କରିଥିଲେ। ପରେ ନିଜର ଏହି ଟିପ୍ପଣୀ ପାଇଁ କ୍ଷମା ମାଗିଥିଲେ। ଅନ୍ୟପଟେ ଲୋକେଶ ରାହୁଲ ଏହି ସମାଲୋଚନା ଉପରେ କୌଣସି ପ୍ରତିକ୍ରିୟା ଦେଇ ନଥିଲେ।

Comment