ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ୱ ବ୍ୟାଙ୍କର ପରବର୍ତ୍ତୀ ଅଧ୍ୟକ୍ଷ ହୋଇପାରନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଝିଅ ଇଭାଙ୍କ ଟ୍ରମ୍ପ।

ଫେବୃଆରୀ ମାସର ଆରମ୍ଭରେ ବିଶ୍ୱ ବ୍ୟାଙ୍କର ନୂଆ ଅଧ୍ୟକ୍ଷଙ୍କ ପାଇଁ ଆବେଦନ ପତ୍ର ଗ୍ରହଣ କରାଯିବ। ଏପ୍ରିଲ ମାସ ମଧ୍ୟ ସୁଦ୍ଧା ନୂଆ ଅଧ୍ୟକ୍ଷ ନିଯୁକ୍ତ କରାଯିବ। ଏନେଇ  ବିଶ୍ୱ ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଝିଅ ଇଭାଙ୍କ ଟ୍ରମ୍ପ ବିଶ୍ୱ ବ୍ୟାଙ୍କର ପରବର୍ତ୍ତୀ ଅଧ୍ୟକ୍ଷ ହେବା ନେଇ ଚର୍ଚ୍ଚା ଜୋର ଧରିଛି।

ଇଭାଙ୍କା ବର୍ତ୍ତମାନ ଆମେରିକାର ହ୍ୱାଇଟ ହାଉସର ପରାମର୍ଶଦାତା ଭାବେ କାର୍ଯ୍ୟ କରୁଛନ୍ତି। ବିଶ୍ୱ ବ୍ୟାଙ୍କର ପରବର୍ତ୍ତୀ ଅଧ୍ୟକ୍ଷ ଦଉଡ଼ରେ ରହିଛନ୍ତି ଇଭାଙ୍କ ଟ୍ରମ୍ପ। ଏହି ରେସ୍‌ରେ ଇଭାଙ୍କ ସହିତ ସଂଯୁକ୍ତ ରାଷ୍ଟ୍ରର ପୂର୍ବତନ ରାଷ୍ଟ୍ରଦୂତ ନିକ୍କୀ ହେଲୀ ମଧ୍ୟ ସାମିଲ ଅଛନ୍ତି।

ବିଶ୍ୱ ବ୍ୟାଙ୍କ ବୋର୍ଡର କହିଛି ଯେ ଏହି ଚୟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ମେରିଟ୍ ବେଶ ଓ ଆବେଦନକାରୀଙ୍କ ଦକ୍ଷତାକୁ ନେଇ ହେବ। ଟ୍ରମ୍ପଙ୍କ ନୀତିରେ ଅସନ୍ତୁଷ୍ଟ ହୋଇ ବିଶ୍ୱ ବ୍ୟାଙ୍କର ବର୍ତ୍ତମାନର ଅଧ୍ୟକ୍ଷ ଜିମ ୟାଙ୍ଗ ଜାନୁଆରୀ ଶେଷରେ ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ। ତେବେ ବର୍ତ୍ତମାନ ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କ ଟ୍ରମ୍ପ ବିଶ୍ୱ ବ୍ୟାଙ୍କର ପରବର୍ତ୍ତୀ ଅଧ୍ୟକ୍ଷ ହେବେ ସେନେଇ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି।

Comment