ଓଡ଼ିଶାଲାଇଭ୍‌ ବ୍ୟୁରୋ

ସଂକ୍ରାନ୍ତି ତିଥିରେ ଜନ୍ମ ଓ ସଂକ୍ରାନ୍ତିରେ ତିଥିରେ ମୃତ୍ୟୁ ହୋଇଥିବାରୁ ଫକିରମୋହନ ସେନାପତିଙ୍କୁ ସଂକ୍ରାନ୍ତି ପୁରୁଷ ବୋଲି କୁହାଯାଇଥାଏ।

ଓଡ଼ିଆ ଗଳ୍ପ ସାହିତ୍ୟର ଜନକ ତଥା କଥାସମ୍ରାଟ ଭାବେ ପରିଚିତ ବ୍ୟାସକବି ଫକିର ମୋହନ ସେନାପତିଙ୍କ ଆଜି ଜନ୍ମଜୟନ୍ତୀ। ୧୮୪୩ ମସିହା ମକର ସଂକ୍ରାନ୍ତି ଦିନ ସେ ବାଲେଶ୍ୱର ଜିଲ୍ଲା ମଲିକାଶପୁରଠାରେ ଜନ୍ମଗ୍ରହଣ କରିଥିଲେ।

ଫକିରମହୋନ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ‘ରେବତୀ’ର ଲେଖକ। ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ଲାଗି ସେ ଲଢିଥିଲେ।

ବାଲେଶ୍ୱରର ତତ୍କାଳୀନ ଜିଲ୍ଲାପାଳ ଜନ୍‌ ବିମସ୍‌ ସାହେବ ଫକିରମୋହନଙ୍କ ପାଣ୍ଡିତ୍ୟରେ ଏତେ ପ୍ରଭାବିତ ହୋଇଥିଲେ ଯେ ସେ ତାଙ୍କଠାରୁ ଓଡ଼ିଆ ଭାଷା ଶିକ୍ଷା କରିବାକୁ ଆଗ୍ରହ ପ୍ରକାଶ କରିଥିଲେ।

ଫକିର ମୋହନ ସେନାପତି ନୀଳଗିରି, ଡମପଡ଼ା,ଢେଙ୍କାନାଳ,ଦଶପଲ୍ଲା ଭଳି ବିଭିନ୍ନ ସ୍ଥାନରେ ଦେୱାନ ଭାବେ କାମ କରିଥିଲେ। ଶେଷ ଜୀବନ ବାଲେଶ୍ୱରରେ ବିତାଇଥିଲେ ଫକିରମୋହନ।

ବାଲେଶ୍ୱରରେ ୧୯୧୮ ଜୁନ୍‌ ୧୪ତାରିଖ ରଜ ସଂକ୍ରାନ୍ତିରେ ତାଙ୍କର ଦେହାନ୍ତ ହୋଇଥିଲା। ସଂକ୍ରାନ୍ତି ତିଥିରେ ଜନ୍ମ ଓ ସଂକ୍ରାନ୍ତି ତିଥିରେ ମୃତ୍ୟୁ ହୋଇଥିବାରୁ ଫକିରମୋହନ ସେନାପତିଙ୍କୁ ସଂକ୍ରାନ୍ତି ପୁରୁଷ ବୋଲି କୁହାଯାଇଥାଏ।

LEAVE A REPLY

Please enter your comment!
Please enter your name here