ଓଡ଼ିଶାଲାଇଭ୍‌ ବ୍ୟୁରୋ

କର ବା ମର ମ୍ୟାଚରେ ବିରାଟ ବାହିନୀ ଘରୋଇ ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କରିଛି। ଆଜିର ବିଜୟ ଦଳକୁ ୧-୧ରେ ସିରିଜ ବରାବର ରଖିବା ପାଇଁ ସୁଯୋଗ ଦେଇଛି।

ଆଡିଲେଡରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଜବରଦସ୍ତ ବିଜୟ ଲାଭ କରିଛି ଟିମ୍ ଇଣ୍ଡିଆ। କର ବା ମର ମ୍ୟାଚରେ ବିରାଟ ବାହିନୀ ଘରୋଇ ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କରିଛି।  ବିଜୟ ସୂଚକ ଛକା ମାରି ଭାରତକୁ ଉପହାର ଦେଇଥିଲେ ମହେନ୍ଦ୍ର ସିଂ ଧୋନି। ଏହି ରୋମାଞ୍ଚକର ମୁକାବିଲାରେ ବିଜୟ ଲକ୍ଷ୍ୟ ୨୯୯କୁ ଭାରତ ୪ ବଲ ପୂର୍ବରୁ ହାସଲ କରିନେଇଥିଲା। କୋହଲିଙ୍କ ଦମଦାର ଶତକ(୧୦୪) ଏବଂ ଧୋନିଙ୍କ ଲଢୁଆ ଇନିଂସ ସାଙ୍ଗକୁ ଅନ୍ୟ ଭାରତୀୟ ବ୍ୟାଟସ୍ୟାନଙ୍କ ଉପଯୋଗୀ ଇନିଂସ ଦଳକୁ ବିଜୟର ସ୍ୱାଦ ଚଖାଇଛି। ଏହି ବିଜୟ ପରେ ସିରିଜ ଜିତିବା ନେଇ ଭାରତର ଆଶା ଉଜ୍ଜିବୀତ ରହିଛି। ଆଜିର ବିଜୟ ଦଳକୁ ୧-୧ରେ ସିରିଜ ବରାବର ରଖିବା ପାଇଁ ସୁଯୋଗ ଦେଇଛି।

ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା କଙ୍ଗାରୁ ଟିମ ସନ ମାର୍ଶଙ୍କ ଶତକ(୧୩୧) ବଳରେ ୫୦ ଓଭରରେ ୯ ୱିକେଟ ହରାଇ ୨୯୮ ରନ କରିଥିଲା। ରୋହିତ ଏବଂ ଶିଖରଙ୍କ ଯୋଡି ସହ ପଡିଆକୁ ଓହ୍ଲାଇ ଥିଲା ଭାରତ। ରୋହିତ ୪୩ ଏବଂ ଶିଖର ଧାବନ ବ୍ୟକ୍ତିଗତ ୩୨ ରନ କରି ପାଭିଲିୟନ ଫେରିଥିଲେ। ପ୍ରଥମ ୱିକେଟ ପରେ କ୍ରିଜକୁ ଆସିଥିବା ଅଧିନାୟକ ବିରାଟ କିନ୍ତୁ କଙ୍ଗାରୁ ବୋଲରଙ୍କୁ ପ୍ରହାର କରିଥିଲେ। ତାଙ୍କ ସହ ଅମ୍ବାତି ରାଇଡୁ ସ୍କୋରକୁ ଆଗକୁ ନେଇଥିଲେ।

ପରେ ରାଇଡୁ କ୍ୟାଚ ଆଉଟ ହେବା ପରେ  ଧୋନି ବିରାଟଙ୍କୁ ସାଥ ଦେଇଥିଲେ।  ଶତକ କଲା ପରେ ବିରାଟ ଛକା ମାରିବା ଚକ୍କରରେ ୧୦୪ ରନ କରି ଆଉଟ ହୋଇଥିଲ । ଫଳରେ ମ୍ୟାଚରେ ରୋମାଂଚ ଆସି ଯାଇଥିଲା।  କିନ୍ତୁ ଧୋନି ଦଳର ସ୍କୋରକୁ ଦିନେଶ କାର୍ତିକଙ୍କ ସହ ଶେଷ ଯାଏଁ ନେଇଥିଲେ। ସେ ୫୫ ରନ କରିଥିଲେ।  ଫଳରେ ଭାରତ ୪୯.୨ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା।  ଅଷ୍ଟ୍ରେଲିଆ ପକ୍ଷରୁ ଜାସନ ଭେଣ୍ଡ୍ରଫ, ମାର୍କସ ଷ୍ଟୋନସ ଏବଂ ଗ୍ଲେନ ମ୍ୟାକ୍ସୱେଲ ଗୋଟିଏ ଲେଖାଏଁ  ୱିକେଟ ନେଇଥିଲେ।

ଭାରତ ତରଫରୁ  ଭୁବନେଶ୍ୱର କୁମାର ସର୍ବାଧିକ ଚାରୋଟି ୱିକେଟ ହାସଲ କରିଥିବା ବେଳେ, ମହମ୍ମଦ ସାମି ତିନୋଟି ଏବଂ ଜାଡେଜା ଗୋଟିଏ ୱିକେଟ ନେଇଥିଲେ ।

Comment