ଓଡ଼ିଶାଲାଇଭ୍ ବ୍ୟୁରୋ

ରାମଚନ୍ଦ୍ର ଛତ୍ରପତି ହତ୍ୟା ମାମଲାରେ ରାମ ରହିମଙ୍କ ସମେତ ଅନ୍ୟ ତିନି ଜଙ୍କୁ ଆଜି କୋର୍ଟ ଦଣ୍ଡାଦେଶ ଦେବେ।

ସମ୍ବାଦିକ ରାମଚନ୍ଦ୍ର ଛତ୍ରପତି ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ଡେରା ସଚ୍ଚା ସୌଦାର ମୁଖ୍ୟ ରାମ ରହିମ ଓରଫ୍ ଗୁରମିତ ସିଂହଙ୍କୁ ଗୁରୁବାର ଦଣ୍ଡାଦେଶ ଶୁଣାଣି ହେବ। ଭିଡଓ କନଫରେନ୍ସିଂ ଜରିଆରେ ପଞ୍ଚକୁଳା ସ୍ୱତନ୍ତ୍ର ସିବିଆଇ କୋର୍ଟ ଦଣ୍ଡାଦେଶ ଶୁଣାଣି କରିବେ।

ରାମ ରହିମଙ୍କୁ ଦଣ୍ଡାଦେଶ ଶୁଣାଣିକୁ ଦୃଷ୍ଟିରେ ରଖି ପଞ୍ଜାବ ଓ ହରିୟାଣାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ୧୬ ବର୍ଷ ପୁରୁଣା ଏହି ହତ୍ୟା ମାମଲାରେ ରାମ ରହିମଙ୍କ ସମେତ ଦୋଷୀ ସାବ୍ୟସ୍ତ ଅନ୍ୟ ତିନି ଜଣଙ୍କୁ ବି ଦଣ୍ଡାଦେଶ ହେବ।

ଡିସେମ୍ବର ୧୧ରେ ଏହି ମାମଲାରେ ପଞ୍ଚକୁଳା ସ୍ୱତନ୍ତ୍ର ସିବିଆଇ କୋର୍ଟ ରାମ ରହିମଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ରାମ ରହିମଙ୍କ ସହିତ ଅନ୍ୟ ତିନି ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ତେବେ ଜାନୁଆରୀ ୧୭ରେ ଦଣ୍ଡାଦେଶ ଶୁଣାଣି ହେବ କୋର୍ଟ ରାୟ ଦେଇଥିଲେ।

ସମ୍ବାଦିକ ରାମଚନ୍ଦ୍ର ଛତ୍ରପତି ହତ୍ୟାକାଣ୍ଡ ୧୬ ବର୍ଷ ପୁରୁଣା ମାମଲା। ୨୦୦୨ରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା ରାମଚନ୍ଦ୍ର ଛତ୍ରପତି ଲଗାତର ତାଙ୍କ ସମ୍ବାଦପତ୍ରରେ ରାମ ରହିମଙ୍କ ଆଶ୍ରମରେ ବିଷୟରେ ଛାପୁଥିଲେ। ଆଶ୍ରମରେ ଅନୈତିକ କାର୍ଯ୍ୟ ହେଉଥିବା ସେ ସମ୍ବାଦପତ୍ରରେ ଲେଖୁଥିଲେ। ଯେଉଁଥିପାଇଁ ତାଙ୍କୁ ହତ୍ୟା କରାଯାଇଥିଲା।

୨୦୦୩ରେ ରାମଚନ୍ଦ୍ରଙ୍କ ପରିବାର ତାଙ୍କ ହତ୍ୟାକୁ ନେଇ ଏକ ମାମଲା କୋର୍ଟରେ ଦାଖଲ କରିଥିଲେ। ପରିବାର ଲୋକଙ୍କ ଆବେଦନ ପରେ କୋର୍ଟ ଏହାର ଯାଞ୍ଚ କରିବାକୁ ମାମଲାକୁ ସିବିଆଇକୁ ଦେଇଥିଲେ। ୨୦୦୭ରେ ସିବିଆଇ ରାମ ରହିମଙ୍କୁ ଏହି ହତ୍ୟାକାଣ୍ଡର ଚକ୍ରାନ୍ତ କରିଥିବା ମାନି ନେଇଥିଲେ। ଏନେଇ କୋର୍ଟରେ ସିବିଆଇ ଏକ ଚାର୍ଜସିଟ ଦାଖଲ କରିଥିଲା।

LEAVE A REPLY

Please enter your comment!
Please enter your name here