ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡରେ ପାୱାରଫୁଲ କପୁଲ କୁହାଯାଉଥିବା ଅକ୍ଷୟ କୁମାର ଓ ଟ୍ୟୁଙ୍କିଲ ଖନ୍ନାଙ୍କ ବିବାହକୁ ୧୮ବର୍ଷ ବିତିଛି। ସେମାନେ ଆନିଭର୍‌ସରି ପାର୍ଟି ବି ମନାଇଛନ୍ତି। ଏନେଇ ଅକ୍ଷୟ ନିଜ ଇନଷ୍ଟାଗ୍ରାମରେ ଏକ ଫନି ଭିଡ଼ିଓ ଶେୟାର କରିଛନ୍ତି।

ଭିଡିଓ ଶେୟାର କରି ଅକ୍ଷୟ ମଜାଳିଆ ଢଙ୍ଗରେ ଲେଖିଛନ୍ତି,”ଟ୍ୟୁଙ୍କିଲଙ୍କ ସହ ଏତେ ବର୍ଷ କେମିତି କଟିଛି”, ଯାହାକୁ ୮ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି।

ଅକ୍ଷୟ ଭିଡ଼ିଓ ଶେୟାର କରି ଲେଖିଛନ୍ତି,”ମାର୍ଶିଆଲ ଆର୍ଟ ଖେଳାଯାଉଥିବା ସମୟରେ ଟ୍ୟୁଙ୍କିଲଙ୍କୁ କିଛି କହିଲେ ସେ ଆପଣଙ୍କୁ ପଞ୍ଚିଂ ବ୍ୟାଗ୍‌ ପରି ବ୍ୟବାହର କରିବା ଆରମ୍ଭ କରିଦେଇଥାନ୍ତି। ଏମିତିରେ ୧୮ବର୍ଷ ବିତିଗଲାଣି। ”

ଅକ୍ଷୟ କୁମାର ଓ ଟ୍ୟୁଙ୍କିଲ ଖନ୍ନାଙ୍କ ବିବାହ ୨୦୦୧ ଜାନୁଆରୀ ୭ରେ ହୋଇଥିଲା। ରବିନା ଟଣ୍ଡନ ଓ ଶିଳ୍ପା ସେଟ୍ଟିଙ୍କ ସହ ରିଲେସନରେ ଥିଲେ କିନ୍ତୁ ହଠାତ୍‌ ସେ ଟ୍ୟୁଙ୍କିଲଙ୍କୁ ବିବାହ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ଆଉ ଏ ପାୱାର କପୁଲଙ୍କର ୨ଟି ସନ୍ତାନ ଅଛନ୍ତି। ତେବେ ଅକ୍ଷୟ ଏହି ଭିଡ଼ିଓ ଶେୟାର କରିବା ପରେ ଉଭୟଙ୍କୁ ସେମାନଙ୍କ ଫ୍ୟାନ ଶୁଭେଛା ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here