ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ାରେ ଆତତାୟୀଙ୍କ ଗୁଳିରେ ଜଣେ ମୃତ। ଦୁଇଟି ବନ୍ଧୁକ ସହ ଜଣେ ଅପରାଧି ଗିରଫ।

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା କଣ୍ଡିରା ଗାଁରେ ଗୁଳିକାଣ୍ଡ ଘଟି ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ କିଶୋର ସେଠୀ।

ସ୍ଥାନୀୟ ଲୋକଙ୍କ କହିବାନୁସାରେ, କେନ୍ଦ୍ରାପଡ଼ା କଣ୍ଡିରା ଗାଁରେ ବନ୍ଧୁକ ଧରି କିଛି ଦିନ ହେଲା ୩ଜଣ ଯୁବକ ବୁଲାବୁଲି କରୁଥିଲେ। ଏନେଇ ସୋମବାର ସକାଳେ ଗାଁ ଲୋକେ ପୋଲିସକୁ ଖବର ଦେଇଥିଲେ। ୩ଜଣଙ୍କ ମଧ୍ୟରୁ ଗାଁ ଲୋକେ ଜଣ ସନ୍ଦିଗ୍ଧକୁ ବାନ୍ଧି ପକାଇ ଥାନାରେ ଖବର ଦେଇଥିଲେ। ଘଟଣା ସ୍ଥଳରୁ ଦୁଇଜଣ ଖସି ଯାଇଥିଲେ। ଜଣଙ୍କୁ ବାନ୍ଧି ଥିବାରୁ ଫେରାର ଦୁଇଜଣ ପୁଣି ଆସି ବାଇକରେ ଆସି ଗୁଳି ଚାଳନା କରିଥିଲେ। ଫଳରେ ଘଟଣା ସ୍ଥଳରେ କଣ୍ଡିରା ଗାଁର କିଶୋର ସେଠୀ ନାମକ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି।

ଗାଁ ଲୋକେ ବାନ୍ଧି ଥିବା ଯୁବକକୁ ପୋଲିସ ଗିରଫ କରିଛି। ଗିରଫ ଯୁବକ ସ୍ଥାନୀୟ ଜରିମୁଳ ଗାଁର ବୀରକିଶୋର ସ୍ୱାଇଁଙ୍କ ପୁଅ  ପବିତ୍ର ସ୍ୱାଇଁ  ବୋଲି ଜଣାପଡ଼ିଛି। ପୋଲିସ ଗିରଫ ପବିତ୍ର ନିକଟରୁ ଦୁଇଟି ବନ୍ଧୁକ ସହ ଗୋଟିଏ ଗୁଳି ଜବତ କରିଛି। କଣ୍ଡିରା ଗାଁରେ ପୋଲିସ ପହଞ୍ଚି ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଛି।

Comment