ଓଡ଼ିଶାଲାଇଭ୍ ବ୍ୟୁରୋ

ଭିତରକନିକାରେ ବାର୍‌ହା ମଣିଷ ମୁହାଁମୁହିଁ। କେତେବେଳେ ବାର୍‌ହାକୁ ମାରି ଖାଉଛନ୍ତି ମଣିଷ ତ କେତେବେଳେ ବାର୍‌ହା ଆକ୍ରମଣରେ ମୃତାହତ ହେଉଛନ୍ତି ମଣିଷ। ବୁଧବାର ରାତିରେ ବାର୍‌ହା ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।

କେନ୍ଦ୍ରାପଡ଼ା ଜିଲ୍ଲା ତନ୍ତିଆପାଳ ସାମୁଦ୍ରିକ ଥାନା ନରସିଂହପୁର ଗାଁରେ ଜଙ୍ଗଲି ବାର୍‌ହା ଆକ୍ରମଣରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ମୃତକ ମହିଳା ଜଣକ ହେଲେ ଭାରତୀ ଜେନା। ଭାରତୀ ବୁଧବାର ରାତି ପ୍ରାୟ ୧୦ଟା ସମୟରେ ଘର ବାହାରକୁ ସୌଚ ପାଇଁ ଆସିଥିଲେ। ଏହି ସମୟରେ ନିକଟସ୍ଥ ଜଙ୍ଗଲରୁ ବାର୍‌ହାପଲଙ୍କ ହାବୁଡ଼ରେ ପଡ଼ିଯାଇଥିଲେ ଭାରତୀ।

ବାର୍‌ହାଙ୍କ ଆକ୍ରମଣରେ ଭାରତୀ ଚିତ୍କାର କରିଥିଲେ। ଭାରତୀଙ୍କ ଚିତ୍କାର ଶୁଣି ଘର ଲୋକ ଦୌଡ଼ି ଆସି ବାର୍‌ହାକୁ ଘଉଡ଼ାଇ ଥିଲେ। ବାର୍‌ହା ଆକ୍ରମଣରେ ଭାରତୀଙ୍କ ଦେହର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ହୋଇଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଭାରତୀଙ୍କୁ ଗାଁ ଲୋକେ ଉଦ୍ଧାର କରି ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅଧୀକ ରକ୍ତ ସ୍ରାବ ଯୋଗୁଁ ଭାରତୀଙ୍କ ଅବସ୍ଥା ଜଟିଳ ହୋଇପଡ଼ିଲା। ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ଭାରତୀଙ୍କର ମୃତ୍ୟୁ ଘଟିଥିଲା।

Comment