ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରଥମ ସମଲିଙ୍ଗୀ ବିବାହ। ପରସ୍ପରକୁ ଭଲ ପାଇ ବାହା ହେଲେ ଦୁଇ ଯୁବତୀ।

କେନ୍ଦ୍ରାପଡ଼ାରେ ହେଲା ପ୍ରଥମ ସମଲିଙ୍ଗୀ ବିବାହ। ପରସ୍ପରକୁ ଭଲ ପାଉଥିବା ଦୁଇ ଯୁବତୀ ନୋଟାରୀ ନିକଟରେ ସତ୍ୟପାଠ କରିଛନ୍ତି ଦୁଇ ଯୁବତୀ।

ପ୍ରେମ କରି ଜଣେ ଯୁବତୀ ଜଣେ ଯୁବକଙ୍କୁ ବିବାହ କରୁଥିଲା ତ ଜଣେ ଯୁବକ ଜଣେ ଯୁବତୀଙ୍କୁ ବିବାହ କରୁଥିଲା। ହେଲେ ସୁପ୍ରିମକୋର୍ଟ ଆଇପିସିର ଧାରା ୩୭୭ ଉପରେ ରୋକ ଲଗାଇବାପରେ ଏବେ ଦୁଇଜଣ ଝିଅ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।

କଟକରେ ରହୁଥିବା ଏହି ଦୁଇଜଣ ଝିଅଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲାରେ। ଜଣଙ୍କ ଘର ପଟ୍ଟାମୁଣ୍ଡାଇ ତ ଆଉଜଣଙ୍କ ଘର ମହାକାଳପଡ଼ା ବ୍ଲକ ଅଞ୍ଚଳରେ। ଏହି ଦୁଇ ଝିଅ ମଧ୍ୟ ଦୀର୍ଘ ଦିନ ଧରି ଏକା ସଙ୍ଗରେ ରହିଆସୁଛନ୍ତି। ଯେହେତୁ ଏମାନଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲାରେ, ତେଣୁ ସେ କେନ୍ଦ୍ରାପଡ଼ାରେ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ।

ବିବାହ ବୟସ ହୋଇ ଥିବାରୁ ନିଜନିଜ ପରିବାର ଲୋକେ ଏମାନଙ୍କର ବିବାହ ପ୍ରସ୍ତାବ ଆୟୋଜନ କରି ବିବାହ ଦେବାକୁ ଏମାନଙ୍କ ଉପରେ ଚାପ ପକାଇ ଆସୁଥିଲେ। ହେଲେ ଏମାନେ ଚାହୁଁ ନଥିଲେ କି କେହି କାହାକୁ ସାରା ଜୀବନ ଛାଡ଼ି ରହିବାକୁ। ବନ୍ଧୁତା ଏମାନଙ୍କର ଏତେ ନିବିଡ଼ ଯେ କେହି କାହାକୁ ମୁହୁର୍ତ୍ତେ ଛାଡ଼ି ରହି ପାରନ୍ତିନି। ତେଣୁ ପରଷ୍ପରଙ୍କୁ ସାରା ଜୀବନ ଏକାଠି କରିପାରିବେ ବୋଲି ଚିନ୍ତା କରି ଏମାନେ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି।

Comment