ଓଡ଼ିଶାଲାଇଭ ବ୍ୟୁରୋ

ଓଡ଼ିଆ ଆଥଲେଟ ଦୂତୀ ଚାନ୍ଦ ଜଣେ ସମଲିଙ୍ଗୀଙ୍କୁ ବିବାହ କରିବେ। ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଦୂତୀ ନିଜ ଜୀବନ ବାବଦରେ ଏମିତି ଏକ ବଡ ଘୋଷଣା କରିଛନ୍ତି।

“ମୁଁ ସେ ଝିଅ ସହ ୪ ବର୍ଷ ହେବ ସମ୍ପର୍କରେ ଅଛି। ସେ ମୋ ସହ ସବୁବେଳେ ସବୁ ପରିସ୍ଥିତି ରହିଛି। ସେ ମୋତେ ବୁଝିପାରୁଛି। ତେଣୁ ମୁଁ ତାକୁ ଜୀବନସାଥି କରିବି ବୋଲି ଭାବିଛି” ,ଦୂତୀ ଏପରି କହିଛନ୍ତି।

ଦୂତୀ ତାଙ୍କ ନିଜ ସହର ଯାଜପୁରର ଜଣେ ଝିଅଙ୍କ ସହିତ ସମ୍ପର୍କରେ ଅଛନ୍ତି। ତେବେ ସେ ଏବେ ନିଜ ଖେଳ ଉପରେ ଅଧିକ ଗୁରୁତ୍ୱ ଦେବେ ବୋଲି କହିଛନ୍ତି। ଏହାସହିତ ସମଲିଙ୍ଗୀ ବିବାହକୁ ନେଇ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ନେଇ ସେ ଖୁସି ଅଛନ୍ତି।

ଏହାସହିତ ସେ ଆହୁରି ମଧ୍ୟ କହିଛନ୍ତି କି, “ଆମ ଭିତରେ ବନ୍ଧୁତ୍ୱ ଭଲ ଅଛି। କିଛି ନୂଆ କଲେ ନିଶ୍ଚିତ ଭାବେ ବିରୋଧ କରିଥାନ୍ତି। ମୁଁ ମୋ ପରିବାରର ସମସ୍ତଙ୍କୁ ବାପା ମାଙ୍କୁ ବୁଝାଇବି। ଯଦି ସେମାନେ ସହମତି ଦେବେ ତେବେ ବିବାହ ନେଇ ଆଶା ରଖିଛି।”

ତେବେ ଯଦି ଦୂତି ଏଭଳି କରନ୍ତି ତେବେ ସେ  ପ୍ରଥମ ଆଥଲେଟ ହେବେ ଯେ ଜଣେ ସମଲିଙ୍ଗୀଙ୍କୁ ଜୀବନ ସାଥୀ କରିବେ। ଅନ୍ୟପଟେ ଦୂତୀ ଏବେ ବିଶ୍ଵ ଚମ୍ପିଆନସିପ୍ ଲାଗି ନିଜକୁ ପ୍ରସ୍ତୁତ କରୁଛନ୍ତି।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁhttps://pages.razorpay.com/cyclonefani କ୍ଲିକ୍ କରନ୍ତୁ।

Comment