ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୧୯ରେ କ୍ରିକେଟ ଓ ଆଥଲେଟ୍ ଜଗତରେ ବୋବାଲ କରିଛନ୍ତି ବିଭିନ୍ନ ଖେଳାଳି। ଓଡ଼ିଶାଲାଇଭର ଫ୍ଲାସବ୍ୟାକ୍ ୨୦୧୯ରେ ଜାଣନ୍ତୁ କେମିତି ଥିଲା ଏବର୍ଷର କ୍ରୀଡ଼ା ଇତିହାସ।

ନୂଆ ବର୍ଷ କିଛି ନୂଆ କରି ବଞ୍ଚିବାକୁ ଏବେ ସମସ୍ତେ ସ୍ୱପ୍ନ ଦେଖୁଥିବେ। ଏହାସହ ନିଜର ପୁରୁଣା ସମୟକୁ ମଧ୍ୟ ଲୋକମାନେ ମନେପକାଉଛନ୍ତି। କିଏ କେଉଁ କେଉଁ କାମରେ ନିଜର ବର୍ଷ ଶେଷ କଲା ଏବେ ତାକୁ ନେଇ ଆଲୋଚନା ଚାଲିଛି।କ୍ରୀଡ଼ା ଜଗତର କଥା ଆଗକୁ ଆସିଲେ ୨୦୧୯ରେ ମଧ୍ୟ ଅନେକ କ୍ରୀଡ଼ାବିତ ବୋବାଲ୍ କରିଛନ୍ତି। ନିଜ ନିଜର କ୍ରୀଡ଼ା କ୍ଷେତ୍ରରେ ଏମାନେ ଅନ୍ୟ ଖେଳାଳିମାନଙ୍କୁ ପଛରେ ପକାଇ ଦେଇଛନ୍ତି। ଏଥିରେ କ୍ରିକେଟରଙ୍କଠାରୁ ଆରମ୍ଭ କରି ଆଥଲେଟ୍ ପର୍ଯ୍ୟନ୍ତ କ୍ରୀଡ଼ାବିତ ସ୍ଥାନ ପାଇଛନ୍ତି।

ଏହି ତାଲିକାର ପ୍ରଥମ ସ୍ଥାନରେ ଅଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି। ଏବର୍ଷ ବିରାଟଙ୍କ କ୍ରିକେଟ୍ କ୍ୟାରିଅର ବେଶ୍ ଉତ୍ସାହଜନକ ଥିଲା। ଆଇସିସି ଦିନିକିଆ ଓ ଟେଷ୍ଟ ବ୍ୟାଟିଂ ରାଙ୍କିଙ୍ଗର ନମ୍ବର ୱାନ୍ ସ୍ଥାନରେ ରହି ସେ ନିଜର ବର୍ଷ ଶେଷ କରୁଛନ୍ତି। ଏହାସହ କୋହଲିଙ୍କ ନେତୃତ୍ୱରେ ଏବର୍ଷ କୋହଲି ବିଶ୍ୱକପ୍ ସେମିଫାଇନାଲ ପର୍ଯ୍ୟନ୍ତ ଯାଇପାରିଥିଲା।ସେହିପରି ମହିଳା କ୍ରିକେଟରେ ମଧ୍ୟ ବୋବାଲ କରିଥିଲେ ହରମନପ୍ରୀତ୍ କୌର। ବର୍ତ୍ତମାନ ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ଥିବା କୌର ମହିଳା କ୍ରିକେଟ ଜଗତରେ ଏବର୍ଷ ସବୁଠୁ ଅଧିକ ବୋବାଲ କରିଥିଲେ। ଏଥର ବିଶ୍ୱକପରେ ଅଷ୍ଟ୍ରେଲିଆ ବିପକ୍ଷରେ ତାଙ୍କର ୧୭୧ରନର ଦମଦାର ଇଂନିସ ତାଙ୍କୁ ସବୁଠାରୁ ଚର୍ଚ୍ଚାରେ ରଖିଥିଲା। ବିଶେଷ କରି ତାଙ୍କର ଲମ୍ବା ଲମ୍ବା ଛକା ଦର୍ଶକମାନଙ୍କ ମନକୁ ଛୁଇଁଥିଲା। ଏହା ପୂର୍ବରୁ ମହିଳା କ୍ରିକେଟରେ କୌଣସି କ୍ରିକେଟର ଏତେ ବଡ଼ ଛକା ମାରୁଥିବା ଦେଖିନଥିବା ପ୍ରଶଂସକମାନେ କହିଥିଲେ।କ୍ରୀଡ଼ା ଜଗତର ଇତିହାସକୁ ମନେ ପକାଇଲେ ଏବର୍ଷ ଓଡ଼ିଶାର ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କ କଥା ଆଗକୁ ଆସିଥାଏ। ଏବର୍ଷ ଏହି ଦୌଡରାଣୀ ବିଭିନ୍ନ ଆଥଲେଟ୍ ପ୍ରତିଯୋଗିତାରେ ଆଗରେ ରହିଥିଲେ। ଏପରିକି ଭାରତୀୟ ମହିଳାମାନଙ୍କ ଭିତରେ ସେ ସବୁଠାରୁ ସଫଳ ମହିଳା ଆଥଲେଟ୍ ହୋଇପାରିଥିଲେ। ୨୦୧୯ ବିଶ୍ୱବିଦ୍ୟାଳୟସ୍ତରୀୟ ଆଥଲେଟ୍ ପ୍ରତିଯୋଗିତାରେ କିଟ୍ ବିଶ୍ୱବିଦ୍ୟାଳୟରୁ ଭାରତ ପାଇଁ ପ୍ରତିନିଧିତ୍ୱ କରି ଦୂତୀ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ଦୂତୀ ୧୦୦ ମିଟର ପ୍ରତିଯୋଗିତାରେ ଅନ୍ୟମାନଙ୍କୁ ପଛରେ ପକାଇ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ପ୍ରଥମ ଭାରତୀୟ ମହିଳା ଭାବେ ସେ ଏହି ଗୌରବ ହାସଲ କରିଥିଲେ।ଦୂତୀଙ୍କ ଭଳି ଆଉ ଜଣେ ମହିଳା ଆଥଲେଟ୍ ମଧ୍ୟ ଏବର୍ଷ ଚର୍ଚ୍ଚାରେ ରହିଥିଲେ। ଆସାମର ହିମା ଦାସ ମାତ୍ର ୫୦ ସେକେଣ୍ଡରେ ଚାରି ଶହ ମିଟର ଦୌଡ଼ି ରେକର୍ଡ କରିଥିଲେ। ଜାକାର୍ତ୍ତା ଏସିଆନ୍ ଗେମସରେ ସ୍ୱର୍ଣ୍ଣପଦକ ହାସଲ କରିବା ତାଙ୍କୁ ସବୁଠାରୁ ଅଧିକ ଚର୍ଚ୍ଚାକୁ ଆଣିଥିଲା। ଗତବର୍ଷ ତାଙ୍କୁ ରାଷ୍ଟ୍ରପତି ଅର୍ଜୁନ ପୁରସ୍କାରରେ ମଧ୍ୟ ସମ୍ମାନୀତ କରାଯାଇଛି।ସୁନୀଲ ଛେତ୍ରୀ ମଧ୍ୟ ଏ ବର୍ଷର କ୍ରୀଡ଼ା ଇତିହାସରେ ଲୋକମାନଙ୍କ ମନପସନ୍ଦର ଖେଳାଳି ହୋଇଥିଲେ। ଭାରତୀୟ ଫୁଟବଲ ଦଳର ଅଧିନାୟକ ଥିବା ଛେତ୍ରୀ ଭାରତୀୟ ଫୁଟବଲ ପ୍ରେମୀଙ୍କର ମନପସନ୍ଦର ଖେଳାଳି ହୋଇଥିଲେ। ସୁନୀଲ ହିଁ ଏକମାତ୍ର ଖେଳାଳି ଯିଏ କି ବିଶ୍ୱର ସବୁଠାରୁ ଅଧିକ ଗୋଲ୍ କରିଥିବା ଖେଳାଳିଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି।

Comment