ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜଧାନୀରେ ଓଏସ୍ଆର୍ଟିସି ବସ୍ରେ ଗୁଟ୍ଖା ଚାଲାଣ ହେଉଥିବା ବେଳେ ସେଲ୍ ଟ୍ୟାକ୍ସ ବିଭାଗ ଗୁଟ୍ଖା ଜବତ କରିଛି।
ଭୁବନେଶ୍ୱରରେ ଏକ ସରକାରୀ ବସ୍ରୁ ୮୦ରୁ ୯୦ ବସ୍ତା ଗୁଟ୍ଖା ଜବତ ହୋଇଛି। ବ୍ରହ୍ମପୁରରୁ କଟକ ଆସୁଥିବା ଏହି ବସ୍ରୁ ଲକ୍ଷାଧିକ ଟଙ୍କାର ଗୁଟ୍ଖା ଜବତ କରିଛି ସେଲ୍ ଟ୍ୟାକ୍ସ୍ ବିଭାଗ। ଜବତ ଗୁଟ୍ଖାର ମୂଲ୍ୟ ୭ଲକ୍ଷ ଟଙ୍କା ହେବ।
ସରକାରୀ ବସ୍ରେ ଗୁଟ୍ଖା ଚାଳନା ନେଇ ସେଲ୍ ଟ୍ୟାକ୍ସ ବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା। ଏହାପରେ ଏହି ବସ୍ରେ ଚଢ଼ାଉ କରାଯାଇଥିଲା। କଟକରୁ ଏହି ସବୁ ଗୁଟ୍ଖା ପଠାଯାଉଥିବାର ସୂଚନା ମିଳିଛି।
ଏନେଇ ବସ୍ କଣ୍ଡକ୍ଟର କହିଛନ୍ତି ଯେ ବସ୍ତାରେ ଗୁଟ୍ଖାଥିବା ନେଇ ସେ ଏବଂ ବସ୍ ଡ୍ରାଇଭର୍ ଜାଣିନଥିଲେ। ସାଧା ପୁଡ଼ିଆ ପ୍ୟାକେଟ୍ ଅଛି ବୋଲି ସେମାନଙ୍କୁ କୁହାଯାଇଥିଲା। ସେଥିପାଇଁ ସେମାନେ ବସ୍ତାଗୁଡ଼ିକୁ ବସ୍ରେ ନେବା ପାଇଁ ଅନୁମତି ଦେଇଥିଲେ।
ଏନେଇ ସେଲଟ୍ୟାକ୍ସ ବିଭାଗ ଘଟଣାର ଅଧିକ ତଦନ୍ତ କରୁଛି।