ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିବାହ ପରେ କନ୍ୟାକୁ ହେଲିକପ୍ଟରରେ ନେଲା ଚାଷୀ ପୁଅ, ଲୋକେ ଦେଖି କାବା।

ସାଧାରଣତଃ ବିବାହ ପରେ ବରକନ୍ୟା କାରରେ ଯାଇଥାନ୍ତି। କିନ୍ତୁ ହେଲିକପ୍ଟରରେ ବରକନ୍ୟା ଯିବା ବହୁତ କମ୍। ଏମିତି ବି ଖୁବ ଧନୀ ଘରର ଲୋକ ହିଁ ହେଲିକପ୍ଟରରେ ବରକନ୍ୟାଙ୍କୁ ନେଇଥାନ୍ତି। କିନ୍ତୁ ଛତିଶଗଡ଼ ମୁଙ୍ଗେଲି ଜିଲ୍ଲାର ଘୋରପୁରା ଗାଁରେ ଏଭଳି ଏକ ନିଆରା ବିବାହ ହୋଇଛି। ବିବାହ ପରେ ଜଣେ ଚାଷୀ ପୁଅ କନ୍ୟାକୁ ହେଲିକପ୍ଟରରେ ନେବାକୁ ପହଞ୍ଚିଥିଲା। ଯେତେବେଳେ ଏହି ଘଟଣା ଗାଁ ଲୋକେ ଜାଣିଲେ ସମସ୍ତେ ଦେଖିବାକୁ ଧାଇଁଥିଲେ। ଏଭଳି ଖୁସି ମୁହୂର୍ତ୍ତ ଦେଖି କନ୍ୟା ଏବଂ ପରିବାରଲୋକ କାନ୍ଦି ପକାଇଥିଲେ। ମୁଙ୍ଗେଲି ଗ୍ରାମବାସୀ ବି ଏଭଳି ମୁହୂର୍ତ୍ତ ଦେଖିବାକୁ ଛାଡ଼ିନଥିଲେ।

ଘୋରପୁରାରେ ରହୁଥିବା ଅଙ୍କୁଶଙ୍କ ବିବାହ ସତନା ଜିଲ୍ଲାର ଆଦର୍ଶିତା ସିଂହଙ୍କ ସହ ସ୍ଥିର ହୋଇଥିଲା।  ବିବାହ ପରେ ପୁତୁରା ବୋହୂକୁ ହେଲିକପ୍ଟରରେ ଆଣିବା ପାଇଁ ଅଙ୍କୁଶଙ୍କ ଦାଦା ଧର୍ମରାଜ ସିଂହଙ୍କ ଇଚ୍ଛା ଥିଲା। ଦାଦାଙ୍କ ଇଚ୍ଛାକୁ ପୂରଣ କରିବା ପାଇଁ ପୁତୁରା ହେଲିପକପ୍ଟରରେ ଆଣିବାକୁ ଯାଇଥିଲେ। ଏଭଳି କରି ଦାଦାଙ୍କ ସ୍ୱପ୍ନ ପୂରଣ କରିଥିବା କହିଛନ୍ତି ଅଙ୍କୁଶ।

ବିବାହ ପାଇଁ ହାଇଦ୍ରାବାଦରୁ ହେଲିକପ୍ଟରକୁ ଭଡ଼ାରେ ନେଇଥିଲେ ଅଙ୍କୁଶ। ଲ୍ୟାଣ୍ଡିଂ ଏବଂ ଟେକଅଫ ପାଇଁ ବିଭାଗୀୟ  ଅଧିକାରୀଙ୍କ ଅନୁମତି ବି ନେଇଥିଲେ। ନିଜ ଗାଁରେ ପ୍ରଥମ ଥର ପାଇଁ ହେଲିକପ୍ଟରରେ ବରକନ୍ୟା ଆସିଥିବାରୁ ବହୁତ ଖୁସି ଅନୁଭବ କରୁଛନ୍ତି ଅଙ୍କୁଶ।

LEAVE A REPLY

Please enter your comment!
Please enter your name here