ଓଡ଼ିଶାଲାଇଭ୍ ପଲିଟିକାଲ୍‌ ବ୍ୟୁରୋ

ଚାଷୀମାନେ ଏକ ମହାନ କାମ କରୁଛନ୍ତି- ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ମାଳତୀପାଟପୁର ସଭାସ୍ଥଳରେ ସାମିଲ ହୋଇ ‘କାଳିଆ’ ଯୋଜନାର ଶୁଭାରମ୍ଭ କରିଛନ୍ତି।

‘କାଳିଆ’ ଯୋଜନାରେ ୧୨ଲକ୍ଷ ଚାଷୀଙ୍କ ଲାଗି ଟଙ୍କା ମଞ୍ଜୁର କରାଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି,”ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଠାରୁ ଆର୍ଶିବାଦ ନେଇ ମୁଁ କାଳିଆ ଯୋଜନାର ଶୁଭାରମ୍ଭ କରିଛି। ଓଡ଼ିଶାର ଅର୍ଥନୀତିରେ ଏହା ସହାୟକ ହେବ। ଆପଣମାନେ ସାରା ରାଜ୍ୟକୁ ଅନ୍ନ ଦେଉଛନ୍ତି। ଆପଣମାନେ ଦେଉଥିବା ଚାଉଳରେ ମହାପ୍ରସାଦ ହେଉଛି। ଆପଣ ମାନେ ଏକ ମହାନ କାମ କରୁଛନ୍ତି।”

‘କାଳିଆ’ ଯୋଜନା ଦ୍ୱାରା ଚାଷ କାର୍ଯ୍ୟ ଭଲ ହେବ। ରାଜ୍ୟରେ ୯୨ ପ୍ରତିଶତ ଚାଷୀ ‘କାଳିଆ’ ଯୋଜନା ମାଧ୍ୟମରେ ଉପକୃତ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ମୁଖ୍ୟମନ୍ତ୍ରୀ ପୁରୀରୁ ‘କାଳିଆ’ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହା ପରେ ଆସନ୍ତା ୨୬ତାରିଖ ସୁଦ୍ଧା ‘କାଳିଆ’ ଯୋଜନା ଲାଗି ଆବେଦନ କରିଥିବା ପାଖାପାଖି ୧୨ଲକ୍ଷରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଖାତକୁ ଟଙ୍କା ଯିବ।

Comment