ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୁରୁବାର ହାମିଲଟନରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ଚତୁର୍ଥ ଦିନିକିଆ ମ୍ୟାଚ।

ଚଳିତ ସିରିଜରେ ଟିମ୍‌ ଇଣ୍ଡିଆ ନ୍ୟୁଜିଲାଣ୍ଡ ମାଟିରେ ଐତିହାସିକ ବିଜୟ ହାସଲ କରଛି। ଦଳ ବର୍ତ୍ତମାନ ୩-୦ରେ ସିରିଜର ଶୀର୍ଷରେ ରହିଛି। ତେବେ ଗୁରୁବାର ଏହି ସିରିଜର ଚତୁର୍ଥ ଦିନିକିଆ ମ୍ୟାଚ ଖେଳାଯିବ। ଏହି ମ୍ୟାଚରେ ମଧ୍ୟ ନ୍ୟୁଜିଲାଣ୍ଡକୁ କ୍ଲିନ୍‌ ସୁଇପ୍‌ କରିବା ପାଇଁ ଟିମ୍‌ ଇଣ୍ଡିଆ ରେଡି।

ତେବେ ନ୍ୟୁଜିଲାଣ୍ଡ ବିପକ୍ଷରେ ଏହି ଚତୁର୍ଥ ମ୍ୟାଚରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଖେଳିବେ ନାହିଁ। ବିସିସିଆଇ ପକ୍ଷରୁ ବିରାଟଙ୍କୁ ଶେଷ ଦୁଇଟି ଦିନିକିଆରୁ ବିଶ୍ରାମ ଦେଇଛି। ବିରାଟଙ୍କ ଅନୁପସ୍ଥିତରେ ଟିମ୍‌ ଇଣ୍ଡିଆର ନେତୃତ୍ୱ ନେବେ ରୋହିତ ଶର୍ମା। ସିରିଜରେ ୩-୦ରେ ଆଗୁଆ ଥିବା ଭାରତୀୟ ଦଳ ପରବର୍ତ୍ତୀ ମ୍ୟାଚରେ ମଧ୍ୟ ବିଜୟ ଲକ୍ଷରେ ରହିଛି।

ଅନ୍ୟପଟେ ସିରିଜ ହରିଥିବା ନ୍ୟୁଜିଲାଣ୍ଡ ଟିମ୍‌ ନିଜ ସମ୍ମାନ ବଞ୍ଚାଇବା ପାଇଁ ଉଦ୍ୟମ କରିବ। ବର୍ତ୍ତମାନ ଟିମ୍‌ ଇଣ୍ଡିଆ ଦମ୍‌ଦାର ଫର୍ମରେ ଅଛି। ଗୁରୁବାର ମ୍ୟାଚରେ ଭାରତୀୟ ଦଳ କ୍ଲିନ୍‌ ସୁଇପ ଲକ୍ଷ୍ୟରେ ରହିଛି।

Comment