ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ଜୀବନ ଶୈଳୀରେ ହଳଦୀର ଉପକାରିତା ଅନ୍ୟୁନ। ଶରୀର ଶୋଧନ ପାଇଁ ବର୍ଷ ବର୍ଷ ପୂର୍ବେ ହଳଦୀର ବ୍ୟବହାର କରାଯାଇ ଆସୁଅଛି। ବିଭିନ୍ନ ପରୀକ୍ଷାରୁ ପ୍ରମାଣିତ ହୋଇଛି ଯେ ହଳଦୀ ଗୁଣ୍ଡରେ ଥିବା ପୋଷକତତ୍ତ୍ୱ କର୍କଟ ରୋଗ ପରି ରୋଗ ହେବାର ସମ୍ଭାବନାକୁ ରୋକିଥାଏ। ଜାଣନ୍ତୁ କଞ୍ଚା ହଳଦୀର ୧୦ଟି ଉପକାରୀ ଗୁଣ ବିଷୟରେ…

  • କଞ୍ଚା ହଳଦୀ ଇଂସୁଲିନ୍‌ର ମାତ୍ରାକୁ ସନ୍ତୁଳିତ ରଖିଥାଏ। ମୁଧୁମେହ ରୋଗୀ ପାଇଁ ବହୁତ ଲାଭଦାୟକ ଅଟେ। ଇଂନ୍‌ସୁଲିନ୍‌ ବ୍ୟତୀତ ଗ୍ଲୁକୋଜ୍‌କୁ ମଧ୍ୟ ନିୟନ୍ତ୍ରଣ ରଖିଥାଏ ହଳଦୀ। ଯଦି ହାଇଡୋଜ ମେଡିସିନ୍‌ ନେଉଛନ୍ତି, ତେବେ ଡାକ୍ତରକୁ ପରାମର୍ଶ କରି ହଳଦୀର ବ୍ୟବହାର କରନ୍ତୁ।
  • ହଳଦୀ ଶରୀରକୁ ଜୀବାଣୁଠାରୁ ଦୂରରେ ରଖିଥାଏ। ହଳଦୀର ଅଧିକ ବ୍ୟବହାର ଶରୀରରେ କୋଲେଷ୍ଟ୍ରଲ୍‌କୁ ନିୟନ୍ତ୍ରିତ ରଖିଥାଏ। ହୃଦୟ ରୋଗୀଙ୍କ ପାଇଁ କଞ୍ଚା ହଳଦୀ ବେଶୀ ଲାଭଦାୟକ।
  • କୃମି ସମସ୍ୟା ପାଇଁ ହଳଦୀ ମ୍ୟାଜିକ୍‌ ଭଳି କାମ କରେ। ପ୍ରତିଦିନ ସକାଳୁ ଖାଲି ପେଟରେ କଞ୍ଚା ହଳଦୀକୁ ବାଟି ପିଇଲେ କୃମି ଭଳି ସମସ୍ୟା ଦୂର ହୋଇଯାଏ।
  • କଞ୍ଚା ହଳଦୀରେ ଆଣ୍ଟି ବ୍ୟକ୍ଟେରିଆ ଏବଂ ଆଣ୍ଟି ସେପ୍‌ଟିକ୍‌ ଗୁଣ ଥାଏ।  ଏଥିରେ ରୋଗ ସଂକ୍ରମଣ କରିବା ଶକ୍ତି ଥାଏ।
  • କଞ୍ଚା ହଳଦୀ ତ୍ୱଚାକୁ ସୁସ୍ଥ ରଖିଥାଏ। ଏହାର ଆଣ୍ଟିସେପ୍‌ଟିକ୍‌ ଗୁଣ ପାଇଁ ଭାରତୀୟ ସଂସ୍କୃତିରେ ବାହା ଘର ପୂର୍ବରୁ ପୂରା ଶରୀରରେ ହଳଦୀ ଲଗାଯାଇଥାଏ। ଯଦି ଶରୀରର କୌଣସି ଅଙ୍ଗରେ କିଛି ଫଳିଥାଏ ବା ଆଲର୍ଜି ହୋଇଥାଏ। ତେବେ କଞ୍ଚା ହଳଦୀର ଲେପନ ଲଗେଇଲେ ଦୂର ହୋଇଥାଏ।
  • ରାତିରେ ଉଷୁମ କ୍ଷୀରରେ କଞ୍ଚା ହଳଦୀ ବଟା ମିଶାଇ ପିଇଲେ ଥଣ୍ଡା ଭଳି ସମସ୍ୟା ଦୂର ହୋଇଥାଏ।
  • ହଳଦୀ ଦ୍ୱାରା ପେଟ ଜନିତ ସମସ୍ୟା ଦୂର ହୋଇଥାଏ।
  • କଞ୍ଚା ହଳଦୀ ହଜମ ପ୍ରକ୍ରିୟାକୁ ଠିକ୍‌ ରଖିଥାଏ।
  • ରକ୍ତ ବିଶୋଧନ ପାଇଁ କଞ୍ଚା ହଳଦୀର ଗୁଣ ବେଶ୍‌ ଅଧିକ। ପ୍ରତିଦିନ ଖାଲି ପେଟରେ ଉଷୁମ ପାଣିରେ ହଳଦୀ ମିଶାଇ ସେବନ କଲେ ପେଟରେ ଥିବା ସମସ୍ତ ସମସ୍ୟା ଦୂର ହୋଇଥାଏ। 
  • ଶରୀରର କୌଣସି ଅଙ୍ଗ ଫୁଲିଥିଲେ କଞ୍ଚା ହଳଦୀ ଦ୍ୱାରା ଲାଭ ପାଇ ପାରିବେ। ଆଣ୍ଠୁଗଣ୍ଠି ରୋଗରେ ବି ହଳଦୀ ଉପଶମ ଦେଇଥାଏ।

Comment