ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏହି ପୁସ୍ତକ ମେଳାରେ ଖୋଲିଛି ୫୫ଟି ଷ୍ଟଲ।

କେନ୍ଦ୍ରାପଡ଼ାଠାରେ ରାଜ୍ୟ ସ୍ତରୀୟ ଅଷ୍ଟାଦଶ ପୁସ୍ତକ ମେଳା ଆରମ୍ଭ ହୋଇଛି। ଏହାକୁ ଉଦଘାଟନ କରିଛନ୍ତି ରାଜ୍ୟର ପୂର୍ବତନ ସୂଚନା କମିଶନର ଜଗଦାନନ୍ଦ।

ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ବିଜୟ କୁମାର ନାୟକ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ କବି କୁମାର ହାସନ ଯୋଗ ଦେଇଥିଲେ। ଏହି ଉତ୍ସବରେ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଓ ପୂର୍ବତଟ ରେଳବାଇର ଲୋକସମ୍ପର୍କ ଅଧିକାରୀ ନିରାକାର ଦାସ ଯୋଗ ଦେଇଥିଲେ।

“ଜ୍ଞାନର ଭଣ୍ଡାର ପୁସ୍ତକ ଏବେ କେତେକ ପାଠକଙ୍କ ପାଇଁ ଅଲୋଡ଼ୋ ହେବାକୁ ବସିଲାଣି। ମୋବାଇଲର ବହୁଳ ବ୍ୟବହାର ପାଠକମାନଙ୍କୁ ପୁସ୍ତକଠାରୁ ଦୂରେଇ ନେଉଛି। ହେଲେ ପୁସ୍ତକର ଆଦର ସବୁବେଳେ ଅତୁଟ ରହିବ” କହିଛନ୍ତି ରାଜ୍ୟ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ବିଜୟ ନାୟକ।

ଏହି ପୁସ୍ତକ ମେଳାରେ ୫୫ଟି ଷ୍ଟଲ ଖୋଲିଛି। ବହୁ ପୁସ୍ତକ ବିକ୍ରେତା ଓ ପୁସ୍ତକ ପ୍ରକାଶନ ସଂସ୍ଥା ଏଥିରେ ସାମିଲ ହୋଇଛନ୍ତି। ଫେବ୍ରୁଆରି ୮ ତାରିଖରେ ଏହି ମେଳା ଶେଷ ହେବ।

ଏହି ମେଳାରେ ପ୍ରତିଦିନ ସନ୍ଧ୍ୟାରେ ବିଭିନ୍ନ ସାସ୍କୃତିକ ଅନୁଷ୍ଠାନ ପକ୍ଷରୁ ସାସ୍କୃତିକ କାର୍ଯ୍ୟକ୍ରମ ଓ ସାହିତ୍ୟ ଆଲୋଚନାମାନ କରାଯିବ। କେନ୍ଦ୍ରାପଡ଼ା ଇଭେଣ୍ଟ ମ୍ୟାନେଜର୍ସ ପକ୍ଷରୁ ଆୟୋଜିତ ଏହି ପୁସ୍ତକ ମେଳାରେ ପ୍ରତିଦିନ ନୂଆନୂଆ ଲେଖକ ଓ କବିମାନଙ୍କର ପୁସ୍ତକ ଉନ୍ମୋଚିତ ହେବ।

ଉଦଘାଟନୀ ଉତ୍ସବରେ କେନ୍ଦ୍ରାପଡ଼ା ଇଭେଣ୍ଟ ମ୍ୟାନେଜର୍ସର ମୁଖପତ୍ର ‘କେନ୍ଦ୍ରାପଡ଼ା ପରିକ୍ରମା’ ଉନ୍ମୋଚନ କରାଯାଇଥିଲା।

Comment