ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜନୈତିକ ମାହୋଲ ସରଗରମ ଥିବା ସମୟରେ ସୋସିଆଲ ମିଡିଆରେ ସ୍ଥିତି ଦୃଢ଼ କରିବାକୁ ଟୁଇଟର ଆକାଉଣ୍ଟ ଖୋଲିଲେ ବିଏସ୍‌ପି ମୁଖ୍ୟ ସୁଶ୍ରୀ ମାୟାବତୀ।

ନିର୍ବାଚନ ପାଇଁ ନେତାଙ୍କର ସମାବେଶ ଓ ରାଲି ଜରିଆରେ ପ୍ରଚାର ଓ ପ୍ରସାର ଜୋର କରିଛନ୍ତି। କେବଳ ସମାବେଶ କି ରାଲି ନୁହେଁ ସୋସିଆଲ ମିଡିଆରେ ନିର୍ବାଚନୀ ପ୍ରଚାର ପ୍ରସାର ଜୋର ଧରିଛି। ସୋସିଆଲ ମିଡ଼ିଆରେ ନିଜ ସ୍ଥିତି ଦୃଢ଼ କରିବା ପାଇଁ ବିଏସ୍‌ପି ମୁଖ୍ୟ ମାୟାବତୀ ସୋସିଆଲ ମିଡିଆରେ ଏଣ୍ଟ୍ରି କରିଛନ୍ତି। ମାୟାବତୀ ଏବେ ନିଜ ନାମରେ ଏକ ଟୁଇଟର ଆକାଉଣ୍ଟ ଖୋଲିଛନ୍ତି।

ଏ ସଂପର୍କରେ ବିଏସ୍‌ପି ପକ୍ଷରୁ ପେବ୍ରୁଆରି ୬ରେ ଏକ ପ୍ରେସ ରିଲିଜ ଜାରି ହୋଇଛି। ବିଏସ୍‌ପି ସୁପ୍ରିମୋ ପ୍ରଥମ ଥର ପାଇଁ ଟୁଇଟର ମାଧ୍ୟମରେ ଲୋକଙ୍କ ସହ ଯୋଗାଯୋଗ କରିବାକୁ ପଦକ୍ଷେପ ନେଇଛନ୍ତି ବୋଲି ଏଥିରେ ଲେଖାଯାଇଛି।

ତେବେ ମାୟାବତୀଙ୍କର ଏହି ଟୁଇଟର ୨୦୧୮, ଅକ୍ଟୋବର ମାସରେ ଖୋଲା ଯାଇଥିଲା। ଜାନୁଆରି ୨୨ରେ ଏହି ଆକାଉଣ୍ଟରୁ ପ୍ରଥମ ଥର ଟୁଇଟ କରାଯାଇଥିଲା। ତେବେ ବୁଧବାର ବିଏସ୍‌ପି ଏହାର ଅଫିସିଆଲ ଘୋଷଣା କରିଛି।

ଏହି ଆକାଉଣ୍ଟରୁ ଏଯାବତ୍‌ ୧୧ଟି ଟୁଇଟ କରାଯାଇଛି। ଟୁଇଟରରେ ମାୟାବତୀଙ୍କ ଫଲୋୟର୍ସଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।

ପୂର୍ବରୁ ମାୟାବତୀ ସୋସିଆଲ ମିଡିଆ ଦୂରେଇ ରହୁଥିଲେ। ତେବେ ଏହି ପଦକ୍ଷେପ ମା଼ୟାବତୀ ନିର୍ବାଚନ ପାଇଁ ନେଇଥିବା କୁହାଯାଉଛି।

Comment