ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିପର୍ଯ୍ୟନ୍ତ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ କଳି-ଝଗଡ଼ା କରୁଥିବାର ଶୁଣିଥିବେ। କିନ୍ତୁ ଅଷ୍ଟ୍ରେଲିଆର କାନବେରାରେ ପତି-ପତ୍ନୀଙ୍କ ଭିତରେ ଏମିତି ଝଗଡ଼ା ଲାଗିଲା ସ୍ୱାମୀ ରାଗରେ ପୁଲିସକୁ ଡକାଇଦେଲା। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ବାସ୍ତବରେ ଘଟଣାଟି ସତ। କିଛି ଏଭଳି ଘଟଣା ଘଟିଛି କାନବେରାର ଜଣେ ଦମ୍ପତିଙ୍କ କ୍ଷେତ୍ରରେ।

ସିଡ୍‌ନୀ ସହରରେ ଏକ ନାମୀଦାମୀ ରେଷ୍ତରାଓଁ ରହିଛି। ଏକ ଦମ୍ପତି ରେଷ୍ତରାଓଁକୁ ଡିନରରେ ଯାଇଥିଲେ। ଦମ୍ପତି ଖାଇବା ସମୟରେ ଚାଇନିଜ ଫୁଡ୍ ଅର୍ଡର କରିଥିଲେ। କିନ୍ତୁ ତାଙ୍କ ସ୍ୱାମୀଙ୍କୁ ଏହା ପସନ୍ଦ ନଥିଲା। ଏହାକୁ ନେଇ ଉଭୟଙ୍କ ବଚସା ହୋଇଥିଲା।

ସ୍ୱାମୀ ଜଣଙ୍କ ପତ୍ନୀଙ୍କ ବିରୋଧରେ ଅଭିଯୋଗ ଆଣି ଫୋନରେ ପୋଲିସକୁ ଡାକିଥିଲେ। ସ୍ୱାମୀଙ୍କ କହିବା କଥା ପତ୍ନୀ ଖାଇବା ପାଇଁ ଚାଇନିଜ ଫୁଡ୍ ଅର୍ଡର କରିଥିଲେ। କିନ୍ତୁ ଏବେ ଅଧା ବିଲ ଦେବାକୁ ମନା କରିଦେଇଥିଲେ। ସ୍ୱାମୀଙ୍କ ଅଭିଯୋଗ ପରେ ରେଷ୍ତରାଓଁରେ ପହଞ୍ଚିଥିଲା ପୋଲିସ। ଅଭିଯୋଗ ଶୁଣି ପୋଲିସ ମଧ୍ୟ ଚକର ଖାଇଯାଇଥିଲା।

ପୋଲିସ ଅଭିଯୋଗକାରୀ ପତିଙ୍କୁ ବୁଝାଇବା ସହ  ମାମଲାର ରଫାଦଫା କରିଥିଲା। ପରେ ସ୍ତ୍ରୀ ବିଲ୍ ପୈଠ କରିଥିବା ସୂଚନା ରହିଛି।

Comment