ଓଡ଼ିଶାଲାଇଭ୍ ବ୍ୟୁରୋ
ବେକାରୀ ସମସ୍ୟା ପ୍ରସଙ୍ଗରେ ବଜେପି ଯୁବମୋର୍ଚ୍ଚା ଗୁରୁବାର ବିଧାନସଭା ଘେରାଉ କରିବେ। ଏଥିରେ ବିଜେପି ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷ ପୁନମ ମହାଜନ ସାମିଲ ହେବେ।
ବେକାର ଯୁବକ ଯୁବତୀଙ୍କୁ ରୋଜଗାର ଯୋଗାଇ ଦେବାରେ ରାଜ୍ୟ ସରାକାର ବିଫଳ ହୋଇଥିବା ଅଭିଯୋଗରେରେ ବିଧାନସଭା ଘେରାଉ କରିବାକୁ ନିଷ୍ପତ୍ତି ନେଇଛି।
ରାଜ୍ୟ ସରକାର ଯୁବମାରଣ ନୀତି ଆପଣାଉଛନ୍ତି ଅଭିଯୋଗ କରିଛି ବିଜେପି ଯୁବମୋର୍ଚ୍ଚା।
ସରକାର ବେକାର ଯବୁକ ଯୁବତୀଙ୍କୁ ରୋଜଗାର ନଦେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଯୁବମୋର୍ଚ୍ଚା ତରଫରୁ କୁହାଯାଇଛି।

















