ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚୀନ ସ୍ମାର୍ଟଫୋନ ନିର୍ମାତା କମ୍ପାନି ଭିଭୋ ନିକଟରେ ତା’ର ‘ଭିଭୋ ଭି-୧୫ ପ୍ରୋ’ ଟିଜର ଲଞ୍ଚ କରିଛି। ଏହି ସ୍ମାର୍ଟଫୋନ ଫେବ୍ରୁଆରି ୨୦ରେ ରାଜଧାନୀ ଦିଲ୍ଲୀରେ ଲଞ୍ଚ ହେବ। କମ୍ପାନି ଏହି ସ୍ମାର୍ଟଫୋନକୁ ପପ୍‌ ଷ୍ଟାର ହାସ ଟ୍ୟାଗରେ ପ୍ରଚାର କରୁଛି। କାରଣ ଏଥିରେ ପପ୍‌ ଅପ୍‌ ସେଲ୍ଫି କ୍ୟାମେରା ଦିଆଯାଉଛି। ଭାରତୀୟ ବଜାରରେ ଏହି ସ୍ମାର୍ଟଫୋନର ମୂଲ୍ୟ ପାଖାପାଖି ୨୫ ହଜାର ଟଙ୍କା ହୋଇପାରେ।

ଏହି ସ୍ମାର୍ଟଫୋନ ୩୨ ମେଗାପିକ୍ସେଲର ସେଲ୍ଫି କ୍ୟାମେରା ଦେଉଥିବା ବେଳେ ରିୟର କ୍ୟାମେରାରେ ୪୮ ମେଗା ପିକ୍ସେଲ ଦେଉଛି।

ଭିଭୋ ଭି-୧୫ ପ୍ରୋର ଟିଜର ମୂତାବିକ, ଏଥିରେ ଟ୍ରିପଲ ରିୟର କ୍ୟାମେରା ଦିଆଯିବ। ଏହା ବ୍ୟତୀତ ସ୍ମାର୍ଟଫୋନରେ ଡିସ୍‌ପ୍ଲେ ଫିଙ୍ଗରପ୍ରିଣ୍ଟ ସ୍କାନର ରହିଛି। ଏହି ସ୍ମାର୍ଟଫୋନରେ ୟୁଏସ୍‌ବି ଟାଇପ ସି ଦିଆଯାଉଛି। ଭିଭୋ ଭି-୧୫ ପ୍ରୋରେ ଏମୋଏଲ୍‌ଇଡି ଡିସପ୍ଲେ ମଧ୍ୟ ଦିଆଯାଉଛି।

ଭିଭୋ ଭି-୧୫ ପ୍ରୋ ସ୍ମାର୍ଟଫୋନରେ କ୍ୟାଲ୍‌କମ୍‌ ସ୍ନାପ୍‌ଡ୍ରାଗନ ୬୭୫ ପ୍ରୋସେସର ଦିଆଯାଇଛି। ଏହି ଫୋନ ୬ ଜିବି ରାମ୍‌ ସହିତ ୧୨୮ ଜିବି ଇଣ୍ଟରନାଲ ଷ୍ଟୋରେଜ୍‌ ବିଶିଷ୍ଟ ହୋଇପାରେ। ଭାରତୀୟ ବଜାରରେ ଏହି ସ୍ମାର୍ଟଫୋନର ମୂଲ୍ୟ ପାଖାପାଖି ୨୫ ହଜାର ଟଙ୍କା ହୋଇପାରେ ବୋଲି କୁହାଯାଉଛି।

Comment