ଓଡ଼ିଶାଲାଇଭ୍ ବ୍ୟୁରୋ

ଅଜୟ ଦେବଗନଙ୍କ ଅପକମିଙ୍ଗ ଫିଲ୍ମ ‘ତାନାଜୀ-ଦ ଅନସଙ୍ଗ ୱାରିୟର’ର ଟିଜର ରିଲିଜ୍ ହୋଇଛି। ବଲିଉଡରେ ଅଜୟଙ୍କ ଏହି ୧୦୦ତମ ଫିଲ୍ମଟି ଆସନ୍ତା ବର୍ଷ ଜାନୁଆରୀ ୧୦ ତାରିଖରେ ବଡ଼ ପରଦାରେ ମୁକ୍ତିଲାଭ କରିବ।

ଇତିହାସର ଏକ କାହାଣୀକୁ ନେଇ ନିର୍ମିତ ହୋଇଥିବା ଏହି ଫିଲ୍ମରେ ମୁଖ୍ୟ ଚରିତ୍ରରେ ଦର୍ଶକ ଅଜୟ ଦେବଗନ ଓ ସୈଫ୍ ଅଲ୍ଲୀ ଖାନଙ୍କୁ ଦେଖିବାକୁ ପାଇବେ। ଏହାସହ ବହୁ ଦିନ ପରେ ସ୍ୱାମୀ ଅଜୟ ଦେବଗନଙ୍କ ସହ ଅଭିନୟରେ ନଜର ଆସିବେ କାଜଲ।

ଫିଲ୍ମର ଟିଜର ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି। ଟିଜରଟିକୁ ଅଜୟ ତାଙ୍କ ସୋସିଆଲ୍ ମିଡିଆରେ ସେଆର କରିବା ପରେ ଏହା ଏବେ ଭାଇରାଲ୍ ହେବାରେ ଲାଗିଛି। ମୁଖ୍ୟତଃ ନାରଙ୍ଗୀ ରଙ୍ଗର ପତାକା ଧରିଥିବା ଅଜୟଙ୍କୁ ଲୋକେ ବେଶ୍ ପସନ୍ଦ କରୁଛନ୍ତି। ଆସନ୍ତା ନଭେମ୍ବର ୧୯ତାରିଖରେ ଫିଲ୍ମର ଟ୍ରେଲର ରିଲିଜ ହେବ ବୋଲି ଏହି ଟିଜରରେ ସୂଚନା ଦିଆଯାଇଛି।

Comment