ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚୀନ ସ୍ମାର୍ଟଫୋନ କମ୍ପାନି ସାଓମୀ ଭାରତରେ ଲଞ୍ଚ କରିବାକୁ ଯାଉଛି ଏକ ନୂଆ ସ୍ମାର୍ଟଫୋନ ‘ଏମ୍‌ଆଇ ଏ୩’। ଆସନ୍ତା ଅଗଷ୍ଟ ୨୧ରେ ଦିଲ୍ଲୀରେ ଆୟୋଜିତ ଏକ ସ୍ୱତନ୍ତ୍ର ଲଞ୍ଚିଂ ଇଭେଣ୍ଟରେ ସାଓମୀ ଏହି ‘ଏମ୍‌ଆଇ ଏ୩’ ସ୍ମାର୍ଟଫୋନକୁ ଭାରତରେ ଲଞ୍ଚ କରିବ। ଏହି ସ୍ମାର୍ଟଫୋନରେ ୟୁଜର ଏମ୍‌ଆଇୟୁଆଇ ବଦଳରେ ଷ୍ଟକ ଆଣ୍ଡ୍ରୋଏଡ୍‌ର ଇଣ୍ଟରଫେସ୍‌ ପାଇବେ।

ସାଓମି କମ୍ପାନିର ଇଣ୍ଡିଆ ହେଡ୍‌ ମନୁ କୁମାର ଜୈନ ଟୁଇଟ୍‌ କରି କହିଛନ୍ତି ଯେ, “ଆସନ୍ତା ଅଗଷ୍ଟ ୨୧ରେ କମ୍ପାନି ପକ୍ଷରୁ ୪୮ ମେଗାପିକ୍ସେଲ ବିଶିଷ୍ଟ ଆଣ୍ଡ୍ରୋଏଡ୍‌ ୱାନ୍‌ ଲଞ୍ଚ କରିବାକୁ ଯାଉଛି। ତେବେ ସବୁଥର ଭଳି ଏଥର ମଧ୍ୟ ସ୍ମାର୍ଟ୍‌ଫୋନର ନାଁକୁ ଗୋପନ ରଖାଯାଇଛି।”

ଏହା ପୂର୍ବରୁ ସାଓମୀ କମ୍ପାନିର ଏମ୍‌ଆଇ ଏ୧, ଏମ୍‌ଆଇ ଏ୨ ସ୍ମାର୍ଟ୍‌ଫୋନ ବଜାରରେ ଭଳ ବ୍ୟବସାୟ କରିଥିଲା। ଏହାକୁ ଦୃଷ୍ଟିରେ ରଖି ଏମ୍‌ଆଇ ଏ୩କୁ ଲଞ୍ଚ୍‌ କରାଯାଉଛି। ଏହି ସ୍ମାର୍ଟଫୋନରେ ଏମ୍‌ଆଇୟୁଆଇ ଇଣ୍ଟରଫେସ୍‌ ମିଳିବ ନାହିଁ। ୟୁଜର ଏହି ସ୍ମାର୍ଟଫୋନରେ ଷ୍ଟକ ଆଣ୍ଡ୍ରୋଏଡ୍‌ର ଇଣ୍ଟରଫେସ୍‌ ପାଇପାରିବେ।

ସ୍ପେସିଫିକେସନ

  • ୬.୦୮ ଇଞ୍ଚ ବିଶିଷ୍ଟ ଫୁଲ ଏଚ୍‌ଡି ଡିସ୍‌ପ୍ଲେ
  • ଆଣ୍ଡ୍ରୋଏଡ ୯ ପାଇ ଭର୍ସନ
  • ୪ ଜିବି ରାମ୍‌
  • ୪୮ ମେଗାପିକ୍ସେଲ ବିଶିଷ୍ଟ ଟ୍ରିପଲ ରିୟର କ୍ୟାମେରା
  • ୩୨ ମେଗାପିକ୍ସେଲ ବିଶିଷ୍ଟ ସେଲ୍‌ଫି କ୍ୟାମେରା
  • କ୍ୱାଲ୍‌କମ୍‌ ସ୍ନାପଡ୍ରାଗନ ୬୬୫ ପ୍ରୋସେସର

Comment