ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗତକାଲି ମୋଟୋରଓଲା କମ୍ପାନି ଭାରତରେ ଏକ ନୂଆ ସ୍ମାର୍ଟଫୋନ ‘ମୋଟୋରଓଲା ୱାନ ଆକ୍ସନ’ ଲଞ୍ଚ କରିଛି। ତେବେ ପୂର୍ବରୁ ବଜାରରେ ଥିବା ସାଓମୀ ଏମ୍‌ଆଇ ଏ୩ ଏବଂ ରିୟଲମି ୫ ପ୍ରୋ ସହିତ ମୋଟୋରଓଲା ୱାନ ଆକ୍ସନର କଡ଼ା ଟକ୍କର ହେବା ଲକ୍ଷ୍ୟ କରାଯାଉଛି। ତେବେ ଆସନ୍ତୁ ଜାଣିବା ଏହି ୩ଟି ସ୍ମାର୍ଟଫୋନର ଫିଚର, ଦାମ୍‌ ବିଷୟରେ।

ସାଓମୀ ଏମ୍‌ଆଇ ଏ୩

ନିକଟରେ ଲଞ୍ଚ ହୋଇଥିବା ସାଓମୀ ଏମ୍ଆଇ ଏ୩ ସ୍ମାର୍ଟଫୋନ ବଜାରରେ ଏହାର ବିକ୍ରି ଆରମ୍ଭ କରିଦେଇଛି। ଏହି ସ୍ମାର୍ଟଫୋନର ୪ଜିବି ରାମ୍‌ ଓ ୬୪ ଜିବି ରୋମ୍‌ ବିଶିଷ୍ଟ ଭାରିଏଣ୍ଟର ମୂଲ୍ୟ ୧୨,୯୯୯ଟଙ୍କା ରଖିଛି। ସେହିପରି ୬ ଜିବି ରାମ୍‌ ଓ ୧୨୮ ଜିବି ରୋମ୍‌ ଭାରିଏଣ୍ଟର ମୂଲ୍ୟ ରହିଛି ୧୫,୯୯୯ଟଙ୍କା।

  • ୬.୦୧ ଇଞ୍ଚ ବିଶିଷ୍ଟ ଫୁଲ ଏଚ୍‌ଡି ଆମୋଏଲ୍‌ଇଡି ଡିସ୍‌ପ୍ଲେ, ଗରିଲା ଗ୍ଲାସ୍‌
  • ଅଣ୍ଡର ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସ୍କାନର
  • ସଫ୍ଟୱେର – ଆଣ୍ଡ୍ରଏଡ ୯ ପାଇ (ଆଣ୍ଡ୍ରଏଡ ୱାନ୍)
  • ଟ୍ରିପଲ ରିୟର କ୍ୟାମେରା (୪+୮+୨) ମେଗାପିକ୍ସେଲ
  • ୩୨ ମେଗାପିକ୍ସେଲ ବିଶିଷ୍ଟ ସେଲ୍‌ଫି କ୍ୟାମେରା(ଫୁଲ ଏଚ୍‌ଡି ଭିଡିଓ ରେକର୍ଡିଂ)
  • କ୍ୱାଲ୍‌କମ୍‌ ସ୍ନାପଡ୍ରାଗନ ୬୬୫ ଅକ୍ଟାକୋର ପ୍ରୋସେସର
  • ୪୦୩୦ ଏମ୍‌ଏଚ୍‌ ବ୍ୟାଟେରୀ

ମୋଟୋରଓଲା ୱାନ ଆକ୍ସନ

ଶନିବାର ଭାରତରେ ଲଞ୍ଚ ହେଲଶ ‘ମୋଟୋରଓଲା ୱାନ ଆକ୍ସନ’ସ୍ମାର୍ଟଫୋନ। ଏହି ସ୍ମାର୍ଟଫୋନ ହେଉଛି ୪ଜିବି ରାମ୍‌ ଓ ୧୨୮ ଜିବି ଇଣ୍ଟର୍ଣ୍ଣାଲ ଷ୍ଟୋରେଜ ବିଶିଷ୍ଟ। ଯାହା ଦାମ୍‌ ରହିଛି ୧୩,୯୯୯ ଟଙ୍କା ।

  • ୬.୩ ଇଞ୍ଚ୍‌ ଫୁଲ ଏଚ୍‌ଡି ଡିସପ୍ଲେ (୧୦୮୦ x ୨୫୨୦ ପିକ୍ସେଲ୍‌)
  • ସାମସଙ୍ଗର ଏକ୍ସିନୋଜ୍ ୯୬୦୯ ଅକ୍ଟାକୋର ପ୍ରୋସେସର
  • ଟ୍ରିପଲ୍‌ ରିୟର କ୍ୟାମେରା (୧୨,୨ ଓ ୫)ମେଗାପିକ୍ସେଲ
  • ୧୨ ମେଗାପିକ୍ସେଲ୍‌ର ସେଲ୍‌ଫି କ୍ୟାମେରା
  • ୩୫୦୦ ଏମ୍‌ଏଏଚ୍‌ ବ୍ୟାଟେରୀ

ରିୟଲମି ୫ ପ୍ରୋ

ବର୍ତ୍ତମାନ ବଜାରରେ ରିୟଲମି ୫ ପ୍ରୋ ସ୍ମାର୍ଟଫୋନର ମୂଲ୍ୟ ରହିଛି ୧୩,୯୯୯ ଟଙ୍କା। ଯାହା ୪ ଜିବି ରାମ୍‌ ଏବଂ ୬୪ ଜିବି ରୋମ୍‌ ବିଶିଷ୍ଟ।

  • ୬.୩୦ ଇଞ୍ଚ ବିଶିଷ୍ଟ ଫୁଲ ଏଚ୍‌ଡି ଡିସ୍‌ପ୍ଲେ(୧୦୮୦x୨୩୪୦ ପିକ୍ସେଲ)
  • କ୍ୱାଲ୍‌କମ୍‌ ସ୍ନାପଡ୍ରାଗନ ୭୧୨ ପ୍ରୋସେସର
  • ୪ଟି ରିୟର କ୍ୟାମେରା (୪+୮+୨+୨) ମେଗାପିକ୍ସେଲ
  • ସଫ୍ଟୱେର – ଆଣ୍ଡ୍ରଏଡ ୯ ପାଇ (ଆଣ୍ଡ୍ରଏଡ ୱାନ୍)
  • ୪୦୩୫ ଏମ୍‌ଏଚ୍‌ ବ୍ୟାଟେରୀ

Comment