ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିନକୁ ଦିନ ହ୍ୱାଟସଆପ ବ୍ୟବହାରକାରୀଙ୍କ ସଂଖ୍ୟା ବଢି ବଢି ଚାଲିଛି। ଏହାକୁ ନଜରରେ ରଖି ନିଜ ସର୍ଭିସକୁ ବେଷ୍ଟ କରିବା ପାଇଁ କ୍ରମାଗତ ଭାବେ ନୂଆ ନୂଆ ଫିଚର୍ସ ଆଣୁଛି ହ୍ୱାଟସଆପ।

ନିକଟରେ ସିଙ୍ଗଲ ଷ୍ଟିକର ଡାଉନଲୋଡ ଅପଡେଟ୍ ପରେ ଏବେ ଆଉ ଏକ ନୂଆ ଫିଚର ଆଣିଛି ହ୍ୱାଟସଆପ। ହ୍ୱାଟସଆପ ଏମିତି ଏକ ଫିଚର ଆଣିଛି, ଯାହା ଦ୍ୱାରା ଆପଣଙ୍କ ତଥ୍ୟ ଆହୁରି ସୁରକ୍ଷିତ ରହିବ।

ଏଣିକି ହ୍ୱାଟସଆପ କେବଳ ବ୍ୟକ୍ତିଙ୍କ ଫିଙ୍ଗରପ୍ରିଣ୍ଟ ଏବଂ ଫେସଲକ୍ ମାଧ୍ୟମରେ ହିଁ ଖୋଲିବ। ଏହି ନୂଆ ଅନଲକ୍ ଫିଚର କେବଳ ଆଇଓଏସ ପାଇଁ ଆରମ୍ଭ ହୋଇଛି। ଯେଉଁଥିରେ କେବଳ ଆଇଫୋନ ବ୍ୟବହାରକାରୀଙ୍କ ହ୍ୱାଟସଆପରେ ଏହି ଫିଚର ଆଡ୍ ହୋଇଯିବ। ତେବେ ଏଥିପାଇଁ ହ୍ୱାଟସଆପ ସେଟିଂରେ କିଛିଟା ପରିବର୍ତ୍ତନ କରାଯିବ ବୋଲି ଜଣାପଡିଛି ।

Comment