ଓଡ଼ିଶାଲାଇଭ୍‌ ବ୍ୟୁରୋ

ଖାକିରେ ଲାଗିଲା କଳଙ୍କ। ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଛନ୍ତି ବରଗଡ଼ ସୋହେଲା ଥାନା ଏଏସ୍‌ଆଇ ବନମାଳି କୁଅଁର। ଏହାସହ ପୋଲିସ ବାବୁଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ପୀଡ଼ିତା।

ସୋହେଲା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ରିକୁ ନାଗ ନାମକ ଜଣେ ଯୁବକ ଗତ ୮ ତାରିଖରେ ଅପହରଣ କରି ନେଇଥିବା ଅଭିଯୋଗ ହୋଇଥିଲା। ଏନେଇ ନାବାଳିକାଙ୍କ ପରିବାର ଲୋକ ଥାନାରେ ଏତଲା ଦେବା ପରେ ପୋଲିସ ପୀଡ଼ିତାଙ୍କୁ ଉଦ୍ଧାର କରିବା ପାଇଁ ଅଭିଯାନ ଆରମ୍ଭ କରିଥିଲା।

ଶେଷରେ ପୋଲିସ ସଂପୃକ୍ତ ନାବାଳିକାକୁ ଉଦ୍ଧାର କରିବା ସହ ଅଭିଯୁକ୍ତ ରିକୁକୁ ଥାନାରେ ଅଟକ ରଖିଥିଲା। କିନ୍ତୁ ନାବାଳିକା ଜଣକ ଥାନାର ଏଏସ୍‌ଆଇ ଏବଂ ଅଭିଯୁକ୍ତ ରିକୁ ବିରୋଧରେ ଆଣିଥିଲେ ସାଂଘାତିକ ଅଭିଯୋଗ।

ଏଏସ୍‌ଆଇ ଅଭିଯୁକ୍ତକୁ ଦୁଷ୍କର୍ମରେ ସହାୟତା କରିବା ସହ ନିଜେ ମଧ୍ୟ ଦୁଷ୍କର୍ମ କରିଥିବା ପୀଡ଼ିତା ଅଭିଯୋଗ ଆଣିବା ପରେ ବରଗଡ଼ରେ ଚାଞ୍ଚଲ୍ୟ ଖେଳି ଯାଇଥିଲା।

ନାବାଳିକାର ଅଭିଯୋଗକୁ ଆଧାର କରି ବରଗଡ଼ ଏସ୍‌ପି ଏଏସ୍‌ଆଇଙ୍କୁ ନିଲମ୍ବିତ କରିଥିଲେ। ଆଜି ଏଏସ୍‌ଆଇ ବନମାଳି କୁଅଁରଙ୍କୁ ଗିରଫ କରିଛି ପୋଲିସ।

ଅଭିଯୁକ୍ତ କୈବଲ୍ୟ ନାଗ ଓରଫ୍ ରିକୁ ବିରୋଧରେ ଦୁଷ୍କର୍ମ ମାମଲା ଏବଂ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ପୋଲିସ।

LEAVE A REPLY

Please enter your comment!
Please enter your name here