ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା କ୍ୟାଡରର ୧୨ ଜଣ ଆଇପିଏସ୍ ଅଧିକାରୀଙ୍କ ପଦୋନ୍ନତି କରିଛନ୍ତି ରାଜ୍ୟ ସରକାର। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ୧୯୯୯ ବ୍ୟାଚର ଆଇପିଏସ୍ ଅଧିକାରୀ ଘନଶ୍ୟାମ ଉପାଧ୍ୟାୟଙ୍କୁ ଏଡିଜି ପାହ୍ୟାକୁ ପଦୋନ୍ନତି ମିଳିଛି। ସେ ଏବେ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି।

ସେହିପରି ୨୦୦୬ ବ୍ୟାଚର ୫ ଜଣ ଆଇପିଏସଙ୍କ ଆଇଜି ପାହ୍ୟାକୁ ପଦୋନ୍ନତି ହୋଇଛି। ଏହାସହ ୨୦୧୦ ବ୍ୟାଚର ୬ ଜଣ ଆଇପିଏସଙ୍କୁ ଡିଆଇଜି ପାହ୍ୟାକୁ ପଦୋନ୍ନତି କରାଯାଇଛି।

୨୦୦୬ ବ୍ୟାଚର ଆଇପିଏସ୍ ଅଧିକାରୀ ଅନୁପ ସାହୁଙ୍କୁ ଆଇଜି ପାହ୍ୟାକୁ ପଦୋନ୍ନତି ମିଳିଛି। ସେ ଏବେ ଓଡ଼ିଶା ପୋଲିସରେ ଡିଆଇଜି ଭାବେ କାର୍ଯ୍ୟ କରୁଛନ୍ତି। ସେହିପରି କେନ୍ଦ୍ରୀୟ ଡେପୁଟେସନରେ ଥିବା ୨୦୦୬ ବ୍ୟାଚର ଅନ୍ୟ ୪ ଜଣ ଆଇପିଏସ୍ ଅଧିକାରୀ ଅମ୍ରିତା ଦାଶ, ଅନିରୁଦ୍ଧ କୁମାର ସିଂହ, ଅନୁପ କ୍ରୀଷ୍ଣା ଓ ସୁଧା ସିଂହଙ୍କୁ ମଧ୍ୟ ଆଇଜି ପାହ୍ୟା ମିଳିଛି।

ଅନ୍ୟପଟେ ଡିଆଇଜି ପାହ୍ୟାକୁ ପଦୋନ୍ନତି ପାଇଥିବା ୨୦୧୦ ବ୍ୟାଚର ଆଇପିଏସଙ୍କ ମଧ୍ୟରେ ରହିଛନ୍ତି ମିତ୍ରଭାନୁ ମହାପାତ୍ର, ସାରା ଶର୍ମା, କନୱର ବିଶାଲ ସିଂହ। ଏହାସହିତ କେନ୍ଦ୍ରୀୟ ଡେପୁଟେସନରେ ଥିବା ଏହି ବ୍ୟାଚର ଆଇପିଏସ ଅଧିକାରୀ ଆଶିଷ କୁମାର ସିଂହ, ପାରୁଲ ଗୁପ୍ତା ଓ କେ. ଶିବା ସୁବ୍ରମଣିଙ୍କୁ ମଧ୍ୟ ଡିଆଇଜି ପାହ୍ୟା ଦିଆଯାଇଛି।  

Tags: #IPSOfficers #Promotion #PoliceService #OdishaPolice

Comment