ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତା ଫେବ୍ରୁଆରି ୧୫ରେ ଭୂମିହୀନ ଚାଷୀଙ୍କୁ ମିଳିବ ‘କାଳିଆ’ ଟଙ୍କା। ସାଢେ ୪ଲକ୍ଷ ଭୂମିହୀନ ଚାଷୀଙ୍କୁ ପ୍ରଥମ ପର୍ଯ୍ୟାୟରେ ମିଳିବ ‘କାଳିଆ’ ସହାୟତା।

‘କାଳିଆ’ ଯୋଜନା କମିଟି ବୈଠକ ପରେ କୃଷି ସଚିବ ସୌରଭ ଗର୍ଗ ଏ ନେଇ ସୂଚନା ଦେଇଛନ୍ତି। ସେହିପରି ଫେବ୍ରୁଆରି ୨୨ରେ ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଯିବ। ପାଖାପାଖି ୧୪ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୫ହଜାର ଟଙ୍କା ‘କାଳିଆ’ ଯୋଜନାରେ ମିଳିବ।

ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ୧୨ଲକ୍ଷରୁ ଅଧିକ ଚାଷୀଙ୍କୁ ‘କାଳିଆ’ ଯୋଜନାରେ ଟଙ୍କା ଦିଆଯାଇଥିଲା। ଏହି ଯୋଜନାରେ ରାଜ୍ୟରେ ପାଖାପାଖି ୯୨ପ୍ରତିଶତ ଚାଷୀ ଉପକୃତ ହେବେ ବୋଲି କୁହାଯାଇଛି।

Comment