ଓଡ଼ିଶାଲାଇଭ୍ ବ୍ୟୁରୋ

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଭେନସ ଗାଁରେ ମାଓବାଦୀମାନେ ଜଣେ ଯୁବକଙ୍କୁ ହତ୍ୟା କରିଛନ୍ତି। ମୃତ ଯୁବକଙ୍କ ନାଁ ହେଉଛି ଟୁନୁ ଗଣ୍ଡ। ସୋମବାର ରାତିରେ ନକ୍ସଲମାନେ ଘରୁ ଡାକିନେଇ ଗାଁ ମୁଣ୍ଡରେ ଟୁନୁ ଗଣ୍ଡଙ୍କୁ ଗୁଳି କରି ହତ୍ୟା ହତ୍ୟା କରିଛନ୍ତି। ପୋଲିସ ଇନ୍ଫର୍ମର ସନ୍ଦେହରେ ତାଙ୍କୁ ହତ୍ୟା କରାଯାଇଛି ବୋଲି ଜଣାପଡ଼ିଛି।
ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତ ଟୁନୁଙ୍କ ନିକଟରୁ ଏକ ହାତ ଲେଖା ଚିଠି ଉଦ୍ଧାର କରିଛି। ପୋଲିସ ଇନ୍ଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା କରାଯାଇଛି ବୋଲି ଉକ୍ତ ଚିଠିରେ ଦର୍ଶା ଯାଇଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।


















