ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାରା ବିଶ୍ୱ ଆଜି ଭାଲେଣ୍ଟାଇନ୍ସ ଡେ’ ମନାଉଥିବା ବେଳେ ସେଥିରୁ ବାଦ୍‌ ପଡ଼ିନାହାନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଗୁରୁବାର ରାହୁଲ ଗୁଜରାଟର ଭଲସାଦ୍‌ ଗସ୍ତରେ ଯାଇଛନ୍ତି। ଏହି ଗସ୍ତରେ ରାହୁଲଙ୍କୁ ଏକ ଶ୍ରଦ୍ଧାର କିସ୍‌ ମିଳିଛି।

ସଭା ଉପରେ ସମ୍ବର୍ଦ୍ଧନା କରିବାକୁ ଆସିଥିବା କିଛି ମହିଳାଙ୍କ ମଧ୍ୟରୁ ଜଣେ ରାହୁଲଙ୍କ ଗାଲରେ କିସ୍‌ ଦେଇଥିଲେ। ଏହି ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି।

ଏହି ଗସ୍ତରେ ରାହୁଲ ଗାନ୍ଧି ରାଫେଲ ଡିଲ୍‌କୁ ନେଇ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗଟେ କରିଛନ୍ତି। ଗୁଜୁରାଟ ଭଲସାଦ୍‌ରେ ‘ଚୌକିଦାର ଚୋର୍‌ ହେ’ ନାରାବାଜି କରିଥିଲେ ରାହୁଲ।

Comment