ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଲୱାମା ଆକ୍ରମଣ ଏକ ହୃଦୟ ବିଦାରକ ଘଟଣା ଯେଉଁ ଘଟଣା ପ୍ରତିଟି ଭାରତୀୟର ମନରେ ଗଭୀର ଆଘାତ ଦେଇଛି। ଏହି ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ପାଇଁ ସମସ୍ତେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ପୁଲୱାମା ସହିଦଙ୍କ ପରିବାରକୁ ରିଲାଏନ୍ସ ଫାଉଣ୍ଡେସନ ସହାୟତା ଘୋଷଣା କରିଛି। ସହିଦଙ୍କ ପିଲାଙ୍କ ଦାୟିତ୍ୱ ରିଲାଏନ୍ସ ନେବ ବୋଲି କହିଛି। ପିଲାଙ୍କ ଶିକ୍ଷା ଓ ନିଯୁକ୍ତି ଦାୟିତ୍ୱ ନେବାକୁ ଘୋଷଣା ହୋଇଛି।

ଆବଶ୍ୟକ ପଡ଼ିଲେ ଆହତ ଯବାନମାନଙ୍କୁ ଚିକିତ୍ସା ଯୋଗାଇ ଦେବାକୁ ରିଲାଏନ୍ସ ପ୍ରତିଶ୍ରୁତି ଦେଇଛି। ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲରେ ଉତ୍ତମ ଚିକିତ୍ସା ପାଇଁ ରିଲାଏନ୍ସ ପକ୍ଷରୁ କୁହାଯାଇଛି।

Comment