ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଟ୍ରିକ୍‌ ପରୀକ୍ଷା ପ୍ରଥମ ଦିନରେ ମାତୃଭାଷା ପ୍ରଶ୍ନପତ୍ର ଭାଇରାଲ ନେଇ ଥାନାରେ ମାମଲା ରୁଜୁ କରାଯାଇଛି। ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନାରେ ମାମଲା ରୁଜୁ କଲେ ବିଇଓ। ଭାଇରାଲ ହୋଇଥିବା୨ଟି ହାଇସ୍କୁଲର ୫ ଶିକ୍ଷକଙ୍କ ନାମରେ ମାମଲା ରୁଜୁ କରାଯାଇଛି।

ନୂଆପଡ଼ା କରଙ୍ଗାମାଳ ହାଇସ୍କୁଲ ସୁପରିଟେଣ୍ଡେଣ୍ଟ, ୨ଟି ଇନ୍‌ଭିଜିଲେଟରଙ୍କ ନାମରେ ଏହି ପ୍ରଶ୍ନପତ୍ର ଭାଇରାଲ ନେଇ ମାମଲା ରୁଜୁ ହୋଇଥିବା ବେଳେ ଲିଟିସର୍ଗି ଗୋପୀନାଥ ହାଇସ୍କୁଲର ସୁପରିଟେଣ୍ଡେଣ୍ଟ, କ୍ରୀଡ଼ା ଶିକ୍ଷକଙ୍କ ନାମରେ ମଧ୍ୟ ମାମାଲା ରୁଜୁ ହୋଇଛି।

କୋରାପୁଟ ଓ ଢେଙ୍କାନାଳରେ ଏଯାବତ୍‌ ମାମଲା ରୁଜୁ ହୋଇନି।

ତେବେ ଶୁକ୍ରବାର ରାଜ୍ୟରେ ମାଟ୍ରିକ୍‌ ପରୀକ୍ଷା ଆରମ୍ଭ ହୋଇଥିଲା। ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଥିଲା। ପରୀକ୍ଷା ଆରମ୍ଭର କିଛି ସମୟ ଭିତରେ ହିଁ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ହେବାର ଅଭିଯୋଗ ଆସିଥିଲା।

ତେବେ ପରୀକ୍ଷାର ପ୍ରଥମ ଦିନରେ ପ୍ରଶ୍ନପତ୍ର ଲିକ୍‌ ନେଇ ୬ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗାମୀ ପରୀକ୍ଷା ନେଇ ଆଶଙ୍କା ସୃଷ୍ଟି ହୋଇଛି। ବୋର୍ଡ ପକ୍ଷରୁ ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। ଏହାସହ ଆଗାମୀ ପରୀକ୍ଷାରେ ଏଭଳି ଯେମିତି ନ ହୁଏ ସେନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବୋର୍ଡ ସୂଚନା ଦେଇଛି।

Comment