ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ବାୟୁସେନାର ସର୍ଜିକାଲ ଷ୍ଟ୍ରାଇକ ପରେ ଏଲଓସିରେ ଅଶାନ୍ତି ଲାଗି ରହିଛି। ସୀମାରେ ଉଭୟ ଭାରତ ଏବଂ ପାକିସ୍ତାନ ଯବାନ ମୁହାଁମୁହିଁ ହୋଇଛନ୍ତି। ପାକିସ୍ତାନ ସୀମାରୁ ଭାରତ ସୀମାକୁ ଗୁଳିର ସୁଅ ଛୁଟିଛି। ଫଳରେ ଅଖନୁର୍ ସେକ୍ଟରର ୬ ଭାରତୀୟ ଯବାନ ଆହତ ହୋଇଛନ୍ତି।

ଏହାସହ ସୀମା ଆରପାରିରୁ ଆସୁଥିବା ଗୁଳିରେ ଦୁଇଟି ଘର ଜଳି ପାଉଁଶ ହୋଇଯାଇଛି।

ସୀମାନ୍ତରେ ଭାରତ ଓ ପାକିସ୍ତାନ ଯବାନ ମୁହାଁମୁହିଁ ହୋଇଥିବାରୁ ବୁଧବାର ଦିନ ରାଜୌରୀ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। ସୀମାନ୍ତଠାରୁ ୫ କିଲୋମିଟର ଦୂର ଭିତରେ ଥିବା ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ଏହାସହ ଆସନ୍ତାକାଲି ହେବାକୁ ଥିବା ପରୀକ୍ଷାକୁ ବାତିଲ କରାଯାଇଛି।

ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା। ପାକିସ୍ତାନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଥିଲା। ଆଜି ଭୋର୍‌ରୁ ଭାରତୀୟ ବାୟୁସେନା ପାକିସ୍ତାନ ମାଟିରେ ସର୍ଜିକାଲ ଷ୍ଟ୍ରାଇକ କରିଥିବା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏଥିରେ ପ୍ରାୟ ୩୦୦ ଆତଙ୍କବାଦୀ ନିହତ ହୋଇଥିବା ଆଶଙ୍କା କରାଯାଉଛି।

Comment