ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରତି ବ୍ୟକ୍ତିଙ୍କର ଅଲଗା ଅଲଗା ସଉକ ରହିଥାଏ। କାହାକୁ ଲମ୍ବା କେଶ ତ କାହାକୁ ଲମ୍ବା ନଖ ରଖିବାର ସଉକ ଥାଏ। ମୁମ୍ବାଇରେ ଜଣେ ୨୧ ବର୍ଷୀୟ ଯୁବତୀ ତେଜସ୍ୱୀଙ୍କ ଟାଟୁ ନିଶା ଘାରିଛି। ଯୁବତୀ ଜଣଙ୍କ ଶରୀରରେ ୧୦୩ଟି ଟାଟୁ କରିଛନ୍ତି। ଅଧିକ ଟାଟୁ କରିବାରେ ଭାରତୀୟ ମହିଳା ଭାବେ ଲିମକା ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି। ତେଜସ୍ୱୀ ୧୭ ବର୍ଷ ବୟସରୁ ଲଗାତାର ଟାଟୁ କରି ଆସୁଛନ୍ତି।

ତେଜସ୍ୱୀ ଜଣେ ଟାଟୁ ଆର୍ଟିଷ୍ଟ ପେଣ୍ଟର ଏବଂ ମଡେଲର ଅଟନ୍ତି।  ଟାଟୁକୁ ନେଇ ଏହି ସଉକ ପାଇଁ ତେଜସ୍ୱୀଙ୍କୁ ଘର ଛାଡ଼ିବାକୁ ପଡ଼ିଛି। ତେଜସ୍ୱୀ ପ୍ରଥମ ଟାଟୁ ତାଙ୍କ ନାମରେ କରିଥିଲେ। ଏହା ପଛରେ ମଧ୍ୟ କାରଣ ରହିଛି। ତାଙ୍କ ନାମକୁ ଭୁଲ ଭାବେ ଉଚ୍ଚାରଣ କରୁଥିବାରୁ ସେ ବାଧ୍ୟ ହୋଇ ଟାଟୁ ତିଆରି କରିଥିଲେ।  ଏହାପରେ ଟାଟୁ କରିବା ତାଙ୍କର ପ୍ରଫେସନରେ ପରିଣତ ହୋଇଛି। ଶରୀରରେ ୧୦୩ଟି ଟାଟୁ ତିଆରି କରିଛନ୍ତି। ଗୋଟେ ମାସେ ଭିତରେ ୭୮ଟି ଟାଟୁ ଅର୍ଥାତ ଗୋଟିଏ ଦିନରେ ୬ଟି ଟାଟୁ କରିଥିଲେ।

Comment