ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହେଉଛି। ମଙ୍ଗଳବାର ଅନେକ ସ୍ଥାନରେ କୁଆପଥର ସହ ବର୍ଷା ମଧ୍ୟ ହୋଇଥିଲା। ଆଜି ଓ ଆସନ୍ତାକାଲି ବହୁ ସ୍ଥାନରେ ଝଡ଼ବର୍ଷା ସହ କୁଆ ପଥର ମାଡ଼ ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଟ୍ରାପ୍‌ ଲାଇନ୍‌ ପ୍ରଭାବରେ ଉତ୍ତର ଓ ଦକ୍ଷିଣ ଓଡ଼ିଶା ସମତେ ନୟାଗଡ଼, ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଖୋର୍ଦ୍ଧା, ପୁରୀ, ଭଦ୍ରକ, ଯାଜପୁର, ଅନୁଗୁଳ, ଢ଼େଙ୍କାନାଳ ଓ କଟକ ଆଦି ଜିଲ୍ଲାରେ ଝଡ଼ବର୍ଷା ଆଶଙ୍କା ରହିଛି। ଏଥିପାଇଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବା ପାଇଁ ବାରଣ କରାଯାଇଛି।

Comment