ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଷ୍ଟ୍ରେଲିଆ ବିପକ୍ଷ ୨ଟିକିଆ ଟି-୨୦ ସିରିଜରେ ଭାରତ ହାରିବା ପରେ ଶନିବାର ଠାରୁ ଆରମ୍ଭ ହେବାକୁ ଯାଉଛି ଦିନିକିଆ ସିରିଜ। ହେଲେ ସିରିଜ ଆରମ୍ଭ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଲାଗିଛି ଝଟକା। ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ନେଟ୍ ପ୍ରାକ୍ଟିସ୍‌ ବେଳେ ଆହତ ହୋଇଛନ୍ତି।

ଶୁକ୍ରବାର ନେଟ୍‌ ପ୍ରକ୍ଟିସ୍‌ କରୁଥିବା ସମୟରେ ଧୋନିଙ୍କ ଡାହାଣ କାନ୍ଧରେ ଆଘାତ ଲାଗିଛି। କାନ୍ଧରେ ଯନ୍ତ୍ରଣା ଯନ୍ତ୍ରଣା ହେବାରୁ ସେ ବ୍ୟାଟିଂ ପ୍ରାକ୍ଟିସ କରିପାରି ନଥିଲେ। ତେବେ ଧୋନିଙ୍କ ଆଘାତରେ ସେ ଶନିବାର ସିନିକିଆ ସିରିଜରେ ଖେଳିପାରିବେ କି ନାହିଁ ସେ ନେଇ ସୂଚନା ମିଳିନି।

ଯଦି ଧୋନି ଶନିବାର ମ୍ୟାଚ୍‌ରେ ଖେଳିବେ ନାହିଁ ତେବେ ତାଙ୍କ ଅନୁପସ୍ଥିତିରେ ଭାରତୀୟ କ୍ରିକେଟ ଟିମ୍‌ର ରିଷଭ ପନ୍ତ ୱିକେଟ୍ କିପିଂ କରିବେ।

Comment